Breaking News

ଶାଳୁଆପଲ୍ଲୀ ଗାଁ ରେ ଦୁଇ ପଡୋଶୀ ମଧ୍ୟରେ ଗଣ୍ଡଗୋଳ : ଚିକିତ୍ସାଧିନ ଅବସ୍ଥାରେ ଜଣେ ମୃତ୍ୟୁ , ଅଭିଯୁକ୍ତ ଗିରଫ

 ଭଞ୍ଜନଗର--- ଗଞ୍ଜାମ ଜିଲ୍ଲା ତାରସିଂ ଥାନା ଅନ୍ତର୍ଗତ , ଶାଳୁଆପଲ୍ଲୀ ଗ୍ରାମରେ ଦୁଇ ପଡୋଶୀ ଙ୍କ ମଧ୍ୟରେ ଘର ଜାଗା ବାଡିକୁ କେନ୍ଦ୍ରକରି ମରଣାନ୍ତକ ଆକ୍ରମଣ ଓ ପ୍ରତିଆକ୍ରମଣ ହୋଇଥିଲା  । ଏଥିରେ  ଭାଗୀରଥି ଗୈାଡ ଗୁରୁତର ଆହତ ହୋଇଥିଲେ । ଘଟଣା ଘଟିଥିଲା ଗତ ଜୁନ୍ ୨୧ ତାରିଖରେ । ଆହତ ଭାଗିରଥି ଙ୍କୁ ପ୍ରଥମେ ଜଗନ୍ନାଥ ପ୍ରସାଦ ମେଡିକାଲ ଓ ପରେ ଅବସ୍ଥା ସଂକଟାପନ୍ନ ହେବାରୁ  ଭୁବନେଶ୍ୱର ମେଡିକାଲ କୁ ସ୍ଥାନାନ୍ତର କରାଯାଇଥିଲା ।  ଚିକିତ୍ସାଧୀନ ଅବସ୍ଥାରେ ଭାଗିରଥିଙ୍କର ମୃତ୍ୟୁ ହୋଇଯାଇଛି ।  ଭାଗିରଥି ଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ପକ୍ଷରୁ ତାରା ସିଂ ଥାନାରେ  ଲିଖିତ ଅଭିଯୋଗ ହୋଇଥିବ ବେଳେ ଅପରପକ୍ଷରେ ଅନ୍ୟ ଏକ ଅଭିଯୋଗ ହୋଇଥିଲା । ଏନେଇ ପୋଲିସ ଦୁଇଟି ମାମଲା ରୁଜୁକରି , ପ୍ରଥମେ ଗୋଟିଏ ପକ୍ଷର ଏତାଲା ଆଧାରରେ ସନ୍ୟାସୀ ବେହେରା ନାମକ ଜଣକୁ ଗିରଫ କରିଥିଲା ପୋଲିସ । ପରବର୍ତ୍ତୀ ସମୟରେ ଭାଗିରଥି ଙ୍କ ମୃତ୍ୟୁ ପରେ  ଏତଲା କ୍ରମେ ହତ୍ୟା ମାମଲା ରୁଜୁ କରି ଜଣେ ନାବାଳକକୁ ଅଟକ ରଖିବା ସହ , ପ୍ରଭାତ ଦାସ ନାମକ ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଅଟକ ନାବାଳକକୁ ଛତ୍ରପୁର ବାଳସ୍ବାଧାର ଗୃହକୁ ପଠାଯାଇଥିବା ନେଇ , ଥାନା ଅଧିକାରୀ ପ୍ରଦିପ୍ର କୁମାର ଦାଶ ସୁଚନା ଦେଇଛନ୍ତି । 
 ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୩/୧୦/୨୦୨୧  ---୯,୨୫ 
Sakhigopal News,23/10/2021

Blog Archive

Popular Posts