ମାଛ ଚାଷ ସମ୍ପର୍କେ ଦିନିକିଆ ତାଲିମ ଶିବିର
ସାକ୍ଷୀଗୋପାଳ----- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ରାୟପୁର ଗ୍ରାମ ପଞ୍ଚାୟତର ଆଖୁପଡା ଗ୍ରାମର ନରେଶ ଚନ୍ଦ୍ର ସ୍ୱାଇଁଙ୍କ ମାଛ ଫାର୍ମ ପରିସରରେ ଏକ ଦିନିକିଆ ମାଛ ଚାଷ ସମ୍ପର୍କେ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ଆୟୋଜନ କରିଥିଲେ ସାକ୍ଷୀଗୋପାଳ କୃଷି ବିଜ୍ଞାନ କେନ୍ଦ୍ର, ପୁରୀ । ବିଭିନ୍ନ ଅଞ୍ଚଳରୁ ପ୍ରାୟ ୨୫ ଜଣ ମାଛ ଚାଷୀ ଏଥିରେ ଅଂଶ ଗ୍ରହଣ କରିଥିଲେ । ମାଛ ଚାଷ ସମ୍ପର୍କରେ ତାଲିମ ପ୍ରଦାନ କରିଥିଲେ କୃଷି ବିଜ୍ଞାନ କେନ୍ଦ୍ରର ଡ. ଅମ୍ବିକା ପ୍ରସାଦ ନାୟକ । ବିଶେଷ କରି ଉନ୍ନତ କିସମର ମାଛ ଜାଅଁଳ ଛାଡି ବର୍ଷ ତମାମ ମାଛ ଚାଷ କରିବା ଓ ବାରି ଅଗଣାରେ ଜୈବପୁଞ୍ଜ ପ୍ରଣାଳୀରେ କୁଣ୍ଡରେ ମାଛ ଚାଷ କରିବା ପାଇଁ ଚାଷୀ ମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଯୋଜନାରେ ମାଛ ଚାଷ କଲେ ରାଜ୍ୟ ସରକାର ସବସିଡର ବ୍ୟବସ୍ଥା ରହିଛି ବୋଲି କହିଥିଲେ । ଶେଷରେ ଚାଷୀ ପ୍ରଫୁଲ ଚନ୍ଦ୍ର ମିଶ୍ର ଧନ୍ୟବାଦ ଦେଇଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୮/୧୦/୨୦୨୧---୮,୧୦