ଖଜୁରୀପଲ୍ଲୀ ଗାଁ ରେ ବୃଦ୍ଧଙ୍କୁ ନିର୍ମମ ହତ୍ୟାକାଣ୍ଡ ଘଟଣା; ଅଭିଯୁକ୍ତ ଗିରଫ
Brutal murder of old man in Khajuripalli village; Accused arrested
ଭଞ୍ଜନଗର---- ଖଜୁରୀପଲ୍ଲୀ ଗ୍ରାମରେ ଘଟିଥିବା ହତ୍ୟାକାଣ୍ଡ ଘଟଣାରେ ଅଭିଯୁକ୍ତ ସୁବାଷ ବିଷୋୟୀକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଦ୍ବାୟତ୍ବରେ ଥିବା ଅଧିକାରୀ ପ୍ରକାଶ ଚନ୍ଦ୍ର ସାହୁଙ୍କ ଠାରୁ ସୁଚନା ମିଳିଛି । ଗତ ୩ ବର୍ଷ ହେଲା ଘରଜମି କୁ କେନ୍ଦ୍ରକରି ଗାଁ ର ଦୁଇ ବ୍ୟକ୍ତି ଙ୍କ ମଧ୍ୟରେ ଶତ୍ରୁତା ଲାଗି ରହିଥିଲା । ସେଥିମଧ୍ୟରୁ ଜଣେ ଯୁବକ ଗୁରୁବାର ସଂଧ୍ୟାରେ ହଠାତ୍ ଉତ୍ତେଜିତ ହୋଇ ପଡିଥିଲା । ବାପା ଓ ପୁଅ କୁ ହତ୍ୟା କରିବା ପାଇଁ ଧମକ ଦେଇଥିଲେ ଅଭିଯୁକ୍ତ । ଘର ଆଗରୁ ଗୋଟିଏ କାଠ ଫାଳିଆ ନେଇ ଗାଁ ଶେଷ ମୁଣ୍ଡରେ ଗାଈ ଚରାଉଥିବା କୃଷ୍ଣ ଖିଲାର (୬୫) ବୃଦ୍ଧଙ୍କୁ ପାଇ ସେଠାରେ ହିଁ ପିଟି ପିଟି ହତ୍ୟା କରି ଫେରାର ହୋଇଯାଇଥିଲା ଅଭିଯୁକ୍ତ ସୁବାଷ । ଅଭିଯୁକ୍ତକୁ ଧରିବା ପାଇଁ ତାରସିଂ ପୁଲିସ ତଦନ୍ତ ଜାରି ରଖିଥିଲେ ।ତାରସିଂ ପୁଲିସ ଅଭିଯୁକ୍ତ ସୁବାଷ ଘରେଥିବାର ଖବର ପାଇ ତାରସିଂ ପୁଲିସ ଅଭିଯୁକ୍ତ ସୁବାଷର ଘର ଉପରେ ଚଢାଉ କରି ସୁବାଷକୁ ଗିରଫ କରିଥିଲା । ଏସଆଇ ବସନ୍ତ କୁମାର ମିଶ୍ର,ଏଏସଆଇ ଉଦୟ ନାଥ ସାହୁ ଏହି ଚଢାଉ ରେ ଭାଗ ନେଇଥିଲେ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୩୧/୧୦/୨୦୨୧------୮,୪୫ Sakhigopal News,31/10/2021