ମୁକ୍ତା ସାହୁ ବିଜେପି ଓବିସି ମୋର୍ଚ୍ଚାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟା ରୂପେ ମନୋନୀତ
ବରଗଡ଼:-ବରଗଡ଼ ଜିଲ୍ଲାପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମୁକ୍ତା ସାହୁଙ୍କୁ ବିଜେପି ଓବିସି ମୋର୍ଚ୍ଚାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟା ରୂପେ ମନୋନୀତ କରାଯାଇଛି। ଓବିସି ମୋର୍ଚ୍ଚା ତରଫରୁ ପ୍ରକାଶିତ ପ୍ରେସ ରିଲିଜ ଅନୁସାରେ ସାରା ଭାରତବର୍ଷ ର ୪୨ ଜଣଙ୍କ ମଧ୍ୟରୁ ଓଡିଶା ରାଜ୍ୟରୁ ଭାରତୀୟ ଜନତା ପାର୍ଟି ଓବିସି ମୋର୍ଚ୍ଚା ର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟା ଭାବେ ମନୋନୀତ କରିଛନ୍ତି । ଶ୍ରୀମତୀ ସାହୁ ଙ୍କ ସୁଦକ୍ଷ ସଂଗଠନ,ଲୋକଙ୍କ ସୁଖଦୁଃଖ ରେ ଭାଗିଦାର ତଥା ବିଭିନ୍ନ କାର୍ଯ୍ୟକଳାପ ର ପାରଦର୍ଶିତା କୁ ଆଖି ଆଗରେ ରଖି ଏଇ ଗୁରୁଦାୟୀତ୍ୱ ଦିଆଯାଇଛି । ସଂପ୍ରତି ସ୍ଥିତି ରେ ବିଜେପି ଦଳ ର ସଙ୍ଗଠନ ସହ ମହିଳା ସଂଗଠନ କୁ ଆଗକୁ ନେବାର ପ୍ରୟାସ ରେ ସେ ସଂକଳ୍ପ ନେବା ପ୍ରତିଜ୍ଞାବଦ୍ଧ ବୋଲି ଆମ ସାମ୍ବାଦିକଙ୍କୁ କହିଛନ୍ତି । ଏ ଭଳି ଗୁରୁ ଦାୟିତ୍ବ ପ୍ରଦାନ କରିଥିବାରୁ ଶ୍ରୀମତୀ ସାହୁ, ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୀ, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ଜୀ, କେନ୍ଦ୍ରଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜୀ ,ଓବିସି ମୋର୍ଚ୍ଚା ରାଷ୍ଟ୍ରୀୟ ଅଧ୍ୟକ୍ଷ ଡା.କେ ଲକ୍ଷ୍ମଣ, ଓଡ଼ିଶା ରାଜ୍ୟ ସଭାପତି ସମିର ମହାନ୍ତି ,ବରଗଡ ଜିଲ୍ଲା ବିଜେପି ଦଳ ର ସଭାପତି ଅଶ୍ୱିନୀ ଷଡ଼ଙ୍ଗୀ ତଥା ପଦ୍ମପୁର ନିର୍ବାଚନ ମଣ୍ଡଳୀ ର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ଙ୍କୁ ଅନେକ ଅନେକ ଧନ୍ୟବାଦ ଜଣାଇଛନ୍ତି । ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୪/୧୦/୨୦୨୧----୬,୪୫ Sakhigopal News,24/12/2021