Breaking News

ଦୁଇ ମାସର ସ୍ନେହ ଉଭେଇ ଗଲା, ରାସ୍ତା କଡରୁ ଆଣିଥିଲେ , ନେଇଗଲା ଚାଇଲ୍ଡ ଲାଇନ

ଭଞ୍ଜନଗର----- ଲୋକେ ରୁଣ୍ଢ ହୋଇଥାନ୍ତି । ତା'ରି ଭିତରେ ଜଣେ ମହିଳା ଧୈର୍ଯ୍ୟହରା ହୋଇ କାନ୍ଦି ଚାଲିଥାନ୍ତି । ମୋ ଦୁଇମାସର ପୁଅକୁ ମୋତେ ଫେରାଇ ଦିଅ । ମୋ ପୁଅର ଦେହ ଖରାପ ଅଛି , ତାକୁ ଜ୍ବର ହୋଇଛି । ମେଡିକାଲ କୁ ଆଣିଥିଲି , ହେଲେ ତୁମେମାନେ ତାକୁ ନେଇଯାଉଛ କାହିଁକି କହି , କାନ୍ଦି କାନ୍ଦି ଲୋଟି ପଡୁଥିଲେ ମହିଳା ଜଣକ । ଏ ହେଉଛି ବୁଧବାର ସଂଧ୍ୟାରେ , ଭଂଜନଗର ମେଡିକାଲ ନିକଟରେ , ଜଣେ ଅସହାୟ ମହିଳାଙ୍କ କାକୁତି ମିନତି ହୋଇ କାନ୍ଦୁଥିବାର ଘଟଣା । ପରେ ଜଣା ପଡିଲା , ଦୁଇ ମାସର ପୁତ୍ର ସନ୍ତାନଟିକୁ , ବ୍ରହ୍ମପୁର ଚାଇଲ୍ଡ ଲାଇନ ର ସଦସ୍ୟ ମାନେ ନେଇଛନ୍ତି । ଘଟଣା ଟି ଅଧିକ ରହସ୍ୟମୟ ହୋଇପଡିଥିଲା ସେହି ସମୟରେ । ପରବର୍ତ୍ତୀ ସମୟରେ ଘଟଣା ବିଷୟରେ ଧିରେ ଧିରେ ସ୍ପଷ୍ଟ ହେଲା । ଖବର ପ୍ରକାରେ ଜଣାପଡ଼ିଲା , ଗତ ଦୁଇମାସ ପୂର୍ବରୁ   ରାସ୍ତା କଡ଼ରୁ ଉଦ୍ଧାର ହୋଇଥିଲା ସଂପୃକ୍ତ ଶିଶୁ ପୁତ୍ର । ମହିଳା ଜଣକ ତାକୁ ଗଲା ଦୁଇମାସ ହେଲା ଲାଳନ ପାଳନ କରିଆସୁଥିଲେ । ହେଲେ ଏ ବିଷୟରେ ଚାଇଲ୍ଡ ଲାଇନ ଜାଣିବା ପରେ , ଶିଶୁପୁତ୍ର କୁ ଉଧାରକରି ନେଇ ଯାଇଥିଲେ । ମହିଳାଙ୍କ କହିବା ପ୍ରକାରେ ତାରାସିଂ ଥାନା ଅନ୍ତର୍ଗତ , ତିନିଚକିଆ ଗାଁ ନିକଟ ରାସ୍ତା କଡ଼ରେ , କେହିଜଣେ ସଦ୍ୟଜାତ ଶିଶୁ ପୁତ୍ର କୁ ଛାଡି ଚାଲିଯାଇଥିଲା । ସେହି ରାସ୍ତାଦେଇ ଅଟୋନେଇ ଫେରୁଥିବା , ଅଟୋ ଡ୍ରାଇଭରର ଜଣକ ଶିଶୁଟିର କାନ୍ଦଣା ଶୁଣି ତାଙ୍କୁ ଉଧାର କରିଥିଲେ । ସେହି ସମୟରେ ଗାଙ୍ଗପୁର ଥାନା ଅନ୍ତର୍ଗତ କାଳିଆପଲ୍ଲୀ ଗାଁ ରେ ରହୁଥିବା  ତାଙ୍କର ଜଣେ ସଂପର୍କୀୟ ଭଉଣୀ ଝୁନୁ ନାୟକ ଙ୍କୁ ଫୋନ୍ କରି ଘଟଣା ବିଷୟରେ ଜଣାଇଥିଲେ । ଯେହେତୁ ଝୁନୁ ବିବାହିତ ହୋଇଥିଲେ ମଧ୍ୟ  ତାଙ୍କର କୈାଣସି ସନ୍ତାନ ନଥଲା ।ସେ ଘଟଣା ସ୍ଥଳରେ ପହଞ୍ଚି ସଂପୃକ୍ତ ଶିଶୁପୁତ୍ର କୁ କୋଳେଇ ନେଇଥିଲେ । ସେ ସମୟରେ ଝୁନୁଙ୍କ ଖୁସି କହିଲେ ନ ସରେ । ନିଜ ପୁଅ ମନେକରି , ତା'ର ଏକୋଇଶିଆ ଉତ୍ସବ ଓ ମାନସିକ ମେଳା ମଧ୍ୟ କଲେ ।  ଏମିତି ଭାବେ ପ୍ରାୟ ଦୁଇମାସ ବିତିଗଲା । ଗତ ୫ ଦିନ ତଳେ , ଶିଶୁ ଟିକୁ ଜ୍ବର ହେଲା । ଭଂଜନଗର ମେଡିକାଲ କୁ ଚିକିତ୍ସା ପାଇଁ ନେଲେ । ସେଠାରେ ମେଡିକାଲ କର୍ମଚାରୀ ଓ ଡାକ୍ତର ମାନେ , ଶିଶୁ ର ଟୀକାକରଣ କାର୍ଡ ମାଗିଲେ । କିନ୍ତୁ ଝୁନୁ ଙ୍କ ପାଖରେ ସେସବୁର କିଛି ପ୍ରମାଣ ନଥିଲା । ଡାକ୍ତର ଓ ମେଡିକାଲ କର୍ମଚାରୀ ଙ୍କ ଆଗରେ ଶିଶୁପୁତ୍ର କୁ ଉଧାର ଘଟଣା ବିଷୟରେ ସବୁ କହିଦେଲେ । ସେ ଜାଣିନଥିଲେ ଉଧାର ଶିଶୁପୁତ୍ର ର ଆଇନଗତ ଘଟଣା କ'ଣ ହେବ । ଏସବୁ ଜାଣିବା ପରେ , ମେଡିକାଲ ପକ୍ଷରୁ ଚାଇଲ୍ଡ ଲାଇନ କୁ ଖବର ଦିଆଯାଇଥିଲା । ବ୍ରହ୍ମପୁର ଚାଇଲ୍ଡ ଲାଇନ ଟିମ୍ ପହଞ୍ଚି , ଶିଶୁପୁତ୍ର କୁ ନେଇ ବ୍ରହ୍ମପୁର ଚାଲିଯାଇଥିଲେ । ତାପରେ , ଏଭଳି ଦୁଃଖଦ ଘଟଣାକୁ ନେଇ କାନ୍ଦି କାନ୍ଦି ଲୋଟି ପଡୁଥିଲେ । ମାତୃ ସ୍ନେହରେ ଅନ୍ଧ ହୋଇଯାଇଥିବା ଝୁନୁ ନାୟକ । ଏବେବି ଚାଇଲ୍ଡ ଲାଇନ ଠାରୁ , ଶିଶୁପୁତ୍ର କୁ ଫେରାଇ ଆଣିବା ପାଇଁ ଆଶାବାନ୍ଧି ରହିଛନ୍ତି । ହେଲେ ସନ୍ତାନ ଟିଏ ପାଇବା ଭଗବାନ ଙ୍କ ଇଛା , ଆଉ ଆଇନ୍ ହାତରୁ ପାଇବା ଭାଗ୍ୟର ଲେଖା, ବୋଲି ଆଲୋଚନା ହେବା ସହ , ଶିଶୁ ପୁତ୍ର ଠାରୁ ଦୂରେଇ ଯାଇଥିବା ଝୁନୁ ନାୟକଙ୍କୁ ଏବେ ସମସ୍ତେ ବୁଝାଉଥିବାର ଦେଖିବାକୁ ମିଳିଛି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୮/୧୦/୨୦୨୧----୯,୪୦  
Sakhigopal News,28/102021

Blog Archive

Popular Posts