Breaking News

ଧରାପଡିଲା ବନ୍ୟଜନ୍ତୁ ଶିକାର ପାଇଁ ୧୧ କେଭି ବିଦ୍ୟୁତ୍ ତାର ବିଛାଇଥିଲେ ଦୁର୍ବୃତ୍ତ , ଆସାମୀ କୁ ଧରିବା ପାଇଁ ଚଢ଼ାଉ

 11 kV power line caught for wildlife hunting
ଭଞ୍ଜନଗର-  ବନ୍ୟଜନ୍ତୁ ଶିକାର ପାଇଁ ୧୧ କେଭି ବିଦ୍ୟୁତ୍ ତାର ବିଛାଇଥିଲେ ଦୁର୍ବୃତ୍ତ । ଗାଙ୍ଗପୁର ବନବିଭାଗ ଓ ସ୍ଥାନୀୟ ବିଦ୍ୟୁତ ବିଭାଗର ମିଳିତ ଅପରେସନ୍ ସମୟରେ ଏଭଳି ଏକ ଘଟଣା ନଜର କୁ ଆସିଛି ।  ଶନିବାର ରାତି ପ୍ରାୟ ୯.୩୦ ସମୟରେ ଏହି ଘଟଣା ନଜରକୁ ଆସିଛି । ଏକ ନିଶ୍ଚିତ ଦୁର୍ଘଟଣାକୁ ରୋକାଯାଇଛି । ଘଟଣା ସ୍ଥଳରୁ ଜିଆଇ ତାର , ଓ କିଛି ଶିକାର ଉପକରଣ ଜବତ ହୋଇଥିବା ନେଇ ବନବିଭାଗ ପକ୍ଷରୁ ସୂଚନା ମିଳିଛି । ସ୍ଥାନୀୟ ଅଞ୍ଚଳରେ ବନ୍ୟଜନ୍ତୁ ଉପଦ୍ରବ ହେଉଥିବାରୁ ସେମାନଙ୍କୁ ଶିକାର କିମ୍ବା ଫସଲ କ୍ଷତିକୁ ରୋକିବା ପାଇଁ ଦୁର୍ବୃତ୍ତ ମାନେ ଏଭଳି କରୁଥିବା ଜଣାପଡିଛି । ଏହି ଘଟଣା ଘଟିଛି ଗାଙ୍ଗପୁର ଫରେଷ୍ଟ ସେକସନ୍ ଅନ୍ତର୍ଗତ ସିଂହମର୍ଦନ ଓ ବୋରି ଗାଁ ନିକଟ ଆଖୁ କିଆରୀ ନିକଟରେ   ବିଦ୍ୟୁତ ତାର ବିଛାଇଥିଲେ ଦୁର୍ବୃତ୍ତ । ଅନ୍ୟ ପକ୍ଷରେ ବନ୍ୟଜନ୍ତୁ ଓ ହାତୀଙ୍କ ସୁରକ୍ଷା ପାଇଁ ବନବିଭାଗ ଏବେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ବେଳେ , ବିଦ୍ୟୁତ ହୁକିଂ ଓ ଶିକାର ରୋକିବା ପାଇଁ ପୋଟ୍ରୋଲିଂ ବ୍ୟବସ୍ଥା କୁ ଯୋରଦାର କରିବା ସହ ଶନିବାର ରାତିରେ ହୋଇଥିବା ଏକ ବଡ଼ ଧରଣର ବିପଦକୁ ଟାଳିଦେଇଛି ବନବିଭାଗ । ତେବେ କିଏ ଏହି ବିଦ୍ୟୁତ ତାର ବିଛାଇଥିଲେ । ସେନେଇ ଅଭିଯୁକ୍ତ କୁ ଧରିବା ପାଇଁ ଶନିବାର ରାତିରେ ତଲାସି ଜାରି ରଖିଛି ବନବିଭାଗ । ଏହି ଚଢାଉ ସମୟରେ ଗାଙ୍ଗପୁର ଫରେଷ୍ଟର ଭେଙ୍କଟ ଦୋରା ଏବଂ କର୍ମଚାରୀ ଙ୍କ ସହ କ୍ଷତ୍ରିୟବରପୁର ବିଦ୍ୟୁତ ବିଭାଗ ସେକ୍ସନ ର କନିଷ୍ଠ ଯନ୍ତ୍ରୀ ଚିତ୍ତରଞ୍ଜନ ପାଢ଼ୀ ଓ ଅନ୍ୟ ବିଦ୍ୟୁତ କର୍ମଚାରୀ ମାନେ ସାମିଲ ହୋଇଥିଲେ ।ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୩୦/୧୦/୨୦୨୧------୧୦,୫୦ Sakhigopal News,30/10/2021

Blog Archive

Popular Posts