Breaking News

ସତ୍ୟବାଦୀରେ ଦିନିକିଆ ଶିଳ୍ପ ସଚେତନତା ଶିବିର



ସାକ୍ଷୀଗୋପାଳ-----ସତ୍ୟବାଦୀ ବ୍ଳକ ଅନ୍ତର୍ଗତ କାଦୁଆ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ପୁରୀ ଜିଲ୍ଲା ଶିଳ୍ପ କେନ୍ଦ୍ର,ପୁରୀ ଙ୍କ ଆନୁକୂଲ୍ୟରେ  ସୂକ୍ଷ୍ମ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ  ସମ୍ମନ୍ଧୀୟ ଏକ ଦିନିକିଆ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ସଚେତନତା ଶିବିରରେ ମୁଖ୍ୟ ଅତିଥି ଭାବେ ବ୍ଳକ ଉପାଧ୍ୟକ୍ଷ ବିକ୍ରମ କୁମାର ଜେନା ଓ ବିଧାୟକଙ୍କ ପ୍ରତିନିଧି ସୁନୀଲ କୁମାର ପଣ୍ଡା, ସରପଞ୍ଚ ସୁବାଷ ଚନ୍ଦ୍ର ମହାପାତ୍ର  ଓ ପୁରୀ ଜିଲ୍ଲା ଶିଳ୍ପ କେନ୍ଦ୍ରର ସହକାରୀ ପରିଚାଳକହେମନ୍ତ କୁମାର ନାୟକ ଯୋଗ ଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ସ୍କିମ ସମ୍ପର୍କରେ ଆଲେଚନା କରିଥିଲେ ।  ଯେ କୌଣସି ଶିଳ୍ପ କରିବାକୁ ହେଲେ ବ୍ୟାଙ୍କର ସହଯୋଗ ନିହାତି ଆବଶ୍ୟକତା ରହିଛି । ଏଣୁ ପ୍ରଥମେ ବ୍ୟାଙ୍କ ସହିତ ଆଲେଚନା କରିବା ନିହାତି ଜରୁରୀ ବୋଲି ଅତିଥି ମାନେ କହିଥିଲେ । ଏହି ଅବସରରେ ସତ୍ୟବାଦୀ ବ୍ଳକର ଜଣେ ସଫଳ ଶିଳ୍ପଦ୍ୟୋଗି ତପନ କୁମାର ଦୀକ୍ଷିତଙ୍କୁ ଉତ୍ତରୀୟ ଦେଇ ସମ୍ମାନୀତ କରାଯାଇଥିଲା ।  ସତ୍ୟବାଦୀ ବ୍ଳକର  ଶିଳ୍ପ ବିକାଶ ଅଧିକାରୀ ସୁରେନ୍ଦ୍ର କୁମାର ଦାଶ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ୭୦ରୁ ଅଧିକ ପୁରୁଷ ମହିଳା ଶିଳ୍ପଦ୍ୟୋଗି ଯୋଗ ଦେଇଥିଲେ । କାଦୁଆ ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ବାଉରିବଂଧୁ ମହାପାତ୍ର ଧନ୍ୟବାଦ ଦେଇଥିଲେ ।  

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୨/୧୦/୨୦୨୧----୯,୦୫ Sakhigopal News,22/10/2021

Popular Posts