ଅନଲାଇନି ମାଧ୍ୟମରେ ଭୋଟର ତାଲିକା ସଂଶୋଧନ କରିବା ପାଇଁ ପ୍ରଶିକ୍ଷଣ
ସାକ୍ଷୀଗୋପାଳ--- ସତ୍ୟବାଦୀ ପଞ୍ଚାୟତ ସମିତି ସଭା ଗୃହ ପରିସରରେ ପଞ୍ଚାୟତ ନିର୍ବାଚନ ଆଗରୁ ଭୋଟର ତାଲିକା ଅନଲାଇନି ମାଧ୍ୟମରେ ସଂଶୋଧନ କରିବା ପାଇଁ ଏକ ଦିନିକିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ବିଡିଓ କ୍ଷୀରୋଦ କୁମାର ବେହେରା ଓ ଜିପିଓ ଦାୟତ୍ୱରେ ଥିବା ପି.ଓ ସୌଭାଗ୍ୟ କର ଯୋଗ ଦେଇ ବୁଥ ଲେବୁଲ ଅଫିସର ଓ ସୁପରଭାଇଜର ମାନଙ୍କୁ ଅନଲାଇନି ମାଧ୍ୟମରେ କିପରି ଜଣେ ଭୋଟର ତାର ନାମ ପଞ୍ଜୀକରଣ , ବାଦ, ବୁଥ ପରିବର୍ତ୍ତନ କରିବ ସେ ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା । ଜଣେ ନୂତନ ଭୋଟର ସିଧା ସଳକ ନିଜ ମୋବାଇଲିରେ ଭୋଟର ହେଲପ ଲାଇନିକୁ ଯାଇ ଭୋଟର ହେବା ପାଇଁ ଦରଖାସ୍ତ କରିପାରିବ । ଏବଂ ସେ ଅନଲାଇନି ମାଧ୍ୟମରେ ମଧ୍ୟ ଭୋଟର ଆଇ କାର୍ଡ ପାଇ ପାରିବ । ଅନ ଲାଇନି ସହିତ ଅଫ ଲାଇନିରେ ମଧ୍ୟ ଭୋଟର ତାଲିକା ସଂଶୋଧନ କରାଯିବ ବୋଲି ବିଡିଓ ଶ୍ରୀ ବେହେରାଙ୍କ ଠାରୁ ସୁଚନା ମିଳିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୨/୧୦/୨୦୨୧-----୯,୨୦
Sakhigopal News , 22/10/2021