>>
  • ଜଟଣୀ ସହରରେ ଓଡିଶା ବନ୍ଦର ସମ୍ୟକ ପ୍ରବାହ , ବ୍ୟବସାୟୀ ଭାଇମାନଙ୍କ ସ୍ୱତଃପ୍ରତ ସମର୍ଥନ
  • >>
  • ଭଞ୍ଜନଗରରେ ଓଡିଶା ବନ୍ଦ ଶାନ୍ତି ପୂର୍ଣ୍ଣ ଭାବେ ପାଳନ
  • >>
  • ବିଜେପି ସରକାର ଡାଉନ୍ ଡାଉନ୍ , ସତ୍ୟବାଦୀ ରେ ଓଡ଼ିଶା ବନ୍ଦ ସଫଳ ଦେଖିବାକୁ ମିଳିଛି
  • >>
  • ସାକ୍ଷୀଗୋପାଳ - ଅଳଗୁମ ଓଭରବ୍ରିଜ ସର୍ଭେ ଦୁତୀୟ ଦିନ ; ଡ୍ରୋନ କ୍ୟାମେରା ଦ୍ବାରା ଫଟୋ ଉତ୍ତୋଳନ
  • >>
  • ସାକ୍ଷୀଗୋପାଳ ପୋଲିସ ପକ୍ଷରୁ ଚୋରା ବାଲି ଟ୍ରକ ଜବତ
  • >>
  • ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ମ୍ରୁତ୍ୟୁ ଘଟଣାକୁ ନେଇ ସତ୍ଯବାଦୀ ଯୁବ କଂଗ୍ରେସ ପକ୍ଷରୁ ଦୀପଦାନ ଓ ବିକ୍ଷୋଭ
  • >>
  • ଭଞ୍ଜନଗର ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ବୈଠକ
  • >>
  • ସାକ୍ଷୀଗୋପାଳ - ଅଳଗୁମ ଓଭରବ୍ରିଜ ସର୍ଭେ ଚାଲିଥିବା ବେଳେ ବିରୋଧ କଲେ ବ୍ୟବସାୟୀ; ପ୍ରଶାସନ ମୁଣ୍ଡ ନୁଆଇଁଲା ବ୍ୟବସାୟୀଙ୍କ ନିକଟରେ
  • >>
  • ଜଟଣୀ ପୌରପରିଷଦ ପକଳ୍ପ ନାମରେ ହରିଲୁଟ
  • >>
  • ଭଞ୍ଜନଗର ରୋଟାରୀ କ୍ଳବର ୧୮ ତମ ଅଧିଷ୍ଠାନ ଦିବସ ପାଳିତ
  • >>
  • ଗାଲେରୀ ପାଠଶାଳାର ତୃତୀୟ ବାର୍ଷିକ ଉତ୍ସବ ପାଳିତ
  • >>
  • ୟୁବି ହାଇସ୍କୁଲରେ ବନ ମହୋତ୍ସବ ପାଳନ : “ଏକ୍ ପେଡ୍ ମାଁ କେ ନାମ୍ “ ଅନୁଷ୍ଠିତ
  • >>
  • ତ୍ୟାଗମୟ ଜୀବନ ଏକ ଆଦର୍ଶ, ଦୟାନନ୍ଦଙ୍କ ଜୀବନ ଦର୍ଶନ ମାଟି ପାଇଁ ଏକ ଉପାଦାନ
  • >>
  • ସାକ୍ଷୀଗୋପାଳ - ମନ୍ଦିର ରାସ୍ତାରେ ରେଳ ଓଭରବ୍ରିଜ ନିର୍ମାଣ ପାଇଁ ପୁଣି ଜମି ଅଧିଗ୍ରହଣ ପାଇଁ ସର୍ଭେ ଆରମ୍ଭ
  • >>
  • ରାଷ୍ଟ୍ର ନିର୍ମାଣରେ ଯୁବ ପ୍ରସ୍ତୁତି ପ୍ରଶିକ୍ଷଣ ଶିବିର ;ସ୍ୱାସ୍ଥ୍ୟ ପ୍ରତି ଯତ୍ନ ହୁଅ
  • ନୟାଗଡ଼, ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ରେ ବ୍ୟାପକ ଦୁର୍ନୀତି,; ଶିଶୁଙ୍କୁ ଦିଆଯାଉଥିବା ପୋଷାକ ନିମ୍ନ ମାନର

     Nayagarh, widespread corruption in integrated child development projects,; The clothes given to the baby are of low quality
      ନୟାଗଡ଼ - ନୟାଗଡ଼ ଜିଲ୍ଲା ଖଣ୍ଡପଡା ବ୍ଲକ ର ସମସ୍ତ ଅଙ୍ଗନବାଡି କେନ୍ଦ୍ରକୁ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ର ଶିଶୁ ଙ୍କୁ ଖେଳନା ଓ ପୋଷାକ ଦିଆଯାଉଛି।ମାତ୍ର ପିଲାଙ୍କ ପୋଷାକ ଓ ଖେଳନା ଅତି ନିମ୍ନମାନର ବୋଲି ଜଣାପଡିଛି।ପ୍ରତି ଶିଶୁଙ୍କ ନିମନ୍ତେ ସରକାରୀ ପ୍ରଦତ୍ତ ଅନୁଦାନରେ ପୁଅଙ୍କର ଦୁଇ ହଳ ପୋଷାକ ପାଇଁ ୨ଶହ ଟଙ୍କା ଥିବା ବେଳେ ଝିଅଙ୍କର ସେଇଭଳି ହଳେ ଫ୍ରକ ନିମନ୍ତେ ୨ ଶହ ଟଙ୍କା ନିର୍ଦ୍ଧାରିତ ଦର ସ୍ଥିର କରାଯାଇଛି। ସେହିପରି ପ୍ରତି ଅଙ୍ଗନବାଡି କେନ୍ଦ୍ରକୁ ପିଲାଙ୍କ ଖେଳନା ନିମନ୍ତେ ୨ ହଜାର ରୁ ଉର୍ଦ୍ଧ୍ବ ଟଙ୍କା ଧାର୍ଯ୍ୟ କରାଯାଇଛି। ଏ ନେଇ ବିଭାଗୀୟ କାର୍ଯ୍ୟାଳୟ ପକ୍ଷରୁ ଜନୈକ ଠିକାଦାର ଙ୍କୁ ଖେଳନା ଓ ପୋଷାକ ଯୋଗାଇଦେବା ଲାଗି ନିର୍ଦ୍ଦେଶ ଦିଆଯାଇଛି।  କେବଳ ସ୍ୱଛତାକୁ ଦୃଷ୍ଟିରେ ରଖି ସରକାରୀ ଦେୟ ଖେଳନା ଟଙ୍କା ଅଙ୍ଗନବାଡି କର୍ମୀଙ୍କ ଆକାଉଣ୍ଟ କୁ ଆସିବା ପରେ ସେମାନେ ବ୍ୟାଙ୍କ ରୁ ଡ୍ର କରିଥାନ୍ତି । ସେହି ଅର୍ଥକୁ ସିଧାସଳଖ ସିଡିପିଓଙ୍କ କାର୍ଯ୍ୟାଳୟ ରେ ଡିପୋଜିଟ କରିଥାନ୍ତି  ବୋଲି ଜନୈକ ଅଙ୍ଗନବାଡି କର୍ମୀ ନିଜ ନାମ କୁ ଗୋପନ ରଖି ପ୍ରକାଶ କରିଛନ୍ତି। ଫଳରେ ଠିକାଦାରକୁ ଅର୍ଥ ପ୍ରଦାନ କରାଯାଇ ସିଂହଭାଗ ଅର୍ଥ କୁ ସିଡିପିଓ, ସୁପରଭାଇଜରଙ୍କ ସମେତ ସମ୍ପୂର୍ଣ୍ଣ କାର୍ଯ୍ୟାଳୟ ରେ ସମସ୍ତଙ୍କ ହାତ ଚିକଣ ହୋଇଥାଏ ବୋଲି ଜଣାପଡିଛି। ନିମ୍ନମାନର ପୋଷାକ ଓ ଖେଳନା କୁ ନେଇ ବହୁ ସ୍ଥାନରେ ପ୍ରତିବାଦର ସ୍ବର ଉଠିଥିବା ସହିତ ସିଧାସଳଖ କେତେକ ପଞ୍ଚାୟତର ଅଭିଭାବକ ପ୍ରଶାସନ କୁ ଘେରିବା ନିମନ୍ତେ ଧମକ ଦେଇଛନ୍ତି।            ସମ୍ପୃକ୍ତ ପ୍ରକଳ୍ପ ଅଧିକାରିଣୀ ସପ୍ତାହରେ ଦୁଇ ଦିନ ଅଫିସ କୁ ଆସୁଥିବା ବେଳେ ଅବଶିଷ୍ଟ ସମୟ ଅନୁପସ୍ଥିତ ରହିଥାନ୍ତି। କାର୍ଯ୍ୟାଳୟ ରେ ଏହିଭଳି ବହୁ ଦୁର୍ନୀତିରେ ଲିପ୍ତ ରହିଥିବା ଓ ସରକାରୀ ଅନୁଦାନର ସିଧାସଳଖ ବାଟବଣା କରାଯାଉଥିବା ର ଅଭିଯୋଗ ହୋଇଛି।ଅଙ୍ଗନବାଡି କେନ୍ଦ୍ର ଗୁଡିକର ବିଭିନ୍ନ ଆଳରେ ଅର୍ଥ ସଂଗ୍ରହ କରାଯାଉଥିବା ଓ ଯେଉଁମାନେ ନିର୍ଦ୍ଦେଶ କୁ ମାନୁନାହାନ୍ତି  ତାଙ୍କୁ ବିଭିନ୍ନ ଆଳ ଦେଖାଇ ହଇରାଣ କରାଯାଉଥିବାର ଅଭିଯୋଗ ହେଉଛି । ଏହାର ପ୍ରତିବାଦ କରିବାକୁ ଯାଇ ପୂର୍ବରୁ ସମ୍ପୃକ୍ତ କାର୍ଯ୍ୟାଳୟର ଦୁଇ ଜଣ ସୁପ୍ରଭାଇଜର ଙ୍କୁ ପ୍ରକଳ୍ପ ଅଧିକାରିଣୀ ବଦଳି କରିଥିବା ଜଣାପଡ଼ିଛି। ଖେଳନା ଓ ପୋଷାକ ଗୁଡିକୁ ବିଧିବଦ୍ଧ ଭାବେ ପରୀକ୍ଷଣ କରିବା ପୂର୍ବକ ଭିଜିଲାନ୍ସ ପକ୍ଷରୁ ହୋଇଥିବା ଦୁର୍ନୀତିର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ନିମନ୍ତେ ପ୍ରବଳ ଦାବି ହେଉଛି । ନୟାଗଡ଼ ରୁ ନିରଞ୍ଜନ ଦାସ ଙ୍କ ରିପୋର୍ଟ,୨୯/୧୦/୨୦୨୧---୯,୩୫  Sakhigopal News, 29/10/2021

    Blog Archive

    Popular Posts