Breaking News

ରେଳ ଧାରଣାରୁ ମହିଳାଙ୍କ ଶବ ଜବତ କଲା ରେଳୱେ ପୋଲିସ ; ହତ୍ୟା ସନ୍ଦେହ


ଡେଲାଙ୍ଗ----- ଡେଲାଙ୍ଗ କଣାସ ରୋଡରେଳ ଷ୍ଟେସନ ମଧ୍ୟରେ ଏକ ଅଜଣା ମହିଳାଙ୍କ ଶବ ରେଳୱେ ପୋଲିସ ଜବତ କରିଛି । ଖୋର୍ଦ୍ଧା ରୁ ପୁରୀ  ଅଫ ଲାଇନି  ୪୬୭/୧୧-୧୩ କିଲୋମିଟର ନମ୍ବର ଲୁଣା ନଦୀ ବ୍ରିଜ୍ ରେଳ ଧାରଣା ଉପରେ  ମୃତ ଶରୀର ପଡିଥିଲା ।  ସ୍ଥାନୀୟ ଲୋକମାନେ ଓ ଗ୍ୟାଙ୍ଗମ୍ୟାନଙ୍କ ଲିଖିତ ଅଭିଯୋଗ ପାଇବା ପରେ ଜିଆରପି ପୋଲିସ  ଘଟଣାସ୍ଥଳରେ  ପୁରୀ ଜିଆରପିର ଓଆଇସି ସନ୍ତୋଷ କୁମାର ବାହିନୀପତି,କଣାସ ତହସିଲଦାର ଲକ୍ଷ୍ମୀଧର ମହାରଣା ଙ୍କ ସମେତ ଜିଆରିପି ଅଧିକାରୀମାନେ ପହଞ୍ଚି ୯/୨୧ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମହିଳାଙ୍କ ଶବକୁ ଜବତ କରିଥିଲେ । ପୁଲିସ ସୁତ୍ରରୁ ମିଳିଥିବା ତଥ୍ୟ ମୁତାବକ ମୃତ ମହିଳାଙ୍କ ବୟସ ୩୫ ବର୍ଷ ,ସେ କଫି ଓ ନୀଳ କଲର ନାଇଟ.କଳା  ରଙ୍ଗର ଶାୟା,ବ୍ଲୁ କଲର ବ୍ଲାଉଜ ପିନ୍ଧିଥିବା ବେଳେ କଳା ଓ ବ୍ଲୁ କଲର ନାଇଟ ମୁହଁରେ ଗୁଡାଇ ରେଳ ଧାରଣା ଉପରେ ପଡିଥିବା ସହ ବାମ ହାତରେ ଇଂରାଜୀ ଭାଷାରେ ଟାଟୁରେ ମିନା ଲେଖା ରହିଥିବା ପୁଲିସ ପ୍ରାଥମିକ ତଦନ୍ତରେ ଜାଣିବାକୁ ପାଇଛି । ଜିଆରପି ପୁଲିସ ମୃତ ଶରୀରକୁ ଜବତ କରି ବ୍ୟବଛେଦ ପାଇଁ ପୁରୀ ପଠାଇଛି । ମୃତ ମହିଳାଙ୍କ ପରିଚୟ ପୁଲିସକୁ ମିଳିପାରିନଥିବା ବେଳେ ମହିଳା ଜଣକ ବଳଙ୍ଗା ଥାନା ଅଞ୍ଚଳର ହୋଇଥିବା ଜିଆରପି ପୋଲିସ ବେସରକାରୀ ସୁତ୍ରରୁ ଖବର ପାଇଛି । ଉକ୍ତ  ପରିବାର ସହିତ ଯୋଗା ଯୋଗ କରାଯାଇଛି । ସେମାନେ  ମୃତ ଶରୀରକୁ ଚିହ୍ନଟ କରିବା ପରେ ମହିଳାଙ୍କ ପରିଚୟ ମିଳିପାରିବ ବୋଲି ପୋଲିସ କହିଛି  । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୪/୧୦/୨୦୨୧--୯,୨୦   Sakhigopal News,24/10/2021

Sakhigopal News, 24/10/2021

Blog Archive

Popular Posts