ସତ୍ୟବାଦୀରେ ରେଳୱେ ଓଭରବ୍ରିଜ ନିର୍ମାଣ ପାଇଁ ଜମି ଚିହ୍ନଟକୁ ବିରୋଧ କଲା ବ୍ୟବସାୟୀ ସଂଘ ; ଦୁଇ ଦିନ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିବ
ସାକ୍ଷୀଗୋପାଳ,----- ସାକ୍ଷୀଗୋପାଳ ବ୍ୟବସାୟୀ ସଂଘ ସତ୍ୟବାଦୀରେ ନିର୍ମାଣ ହେବାକୁ ଥିବା ରେଳୱେ ଓଭରବ୍ରିଜକୁ ଘୋର ବିରୋଧ କରିବା ସହ ଦୁଇ ଦିନ ଧରି ବ୍ୟବସାୟ ପ୍ରତିଷ୍ଠାନ ଗୁଡିକ ବନ୍ଦ ରଖିବା ସହ ୨୯ ତାରିଖରେ ରାସ୍ତା ଉପରେ ଧାରଣା ଦିଆଯିବ ବୋଲି ସଂଘର ସଭାପତି ବୀରେନ୍ଦ୍ର ଭୂଷଣ ହୋତାଙ୍କ ଠାରୁ ସୁଚନା ମିଳିଛି । ଅନ୍ୟ ପକ୍ଷେ ଏଠାରେ ଓଭରବ୍ରିଜ ନିର୍ମାଣ ପାଇଁ ବିଭିନ୍ନ ସଂଘଠନ ପକ୍ଷରୁ ବାରମ୍ବାର ଦାବୀ କରାଯାଇ ଆସୁଛି । ଏପରିକି କେନ୍ଦ୍ର ରେଳମନ୍ତ୍ରୀ ଆସିବା ସମୟରେ ରେଳ ଓଭରବ୍ରିଜ ନିର୍ମାଣ ପାଇଁ ଦାବୀ ହୋଇଥିବା ବେଳେ ବ୍ୟବସାୟୀ ସଂଘ ଏକମାତ୍ର ଏହାକୁ ବିରୋଧ କରି ଏକ ଦାବିପତ୍ର ପ୍ରଦନା କରିଥିଲେ । ସୁଚନାଯୋଗ୍ୟ ଯେ ଏହି ରେଳ ଗେଟ ପଡିଗଲେ ଶହଶହ ସଂଖ୍ୟାରେ ଗାଡି ମଟର ଅଟକି ରହିଥାଏ । ଯାହାକି ଆମ୍ବଲାନ୍ସ, ଅଗ୍ନିମଶ ଏହି ଭିଡ ମଧ୍ୟରେ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବାରେ ବହୁ ବିଳମ୍ବ ହୋଇଥାଏ । ଏପରିକି ଗେଟ ପଡିଥିବାରୁ ରୋଗୀ ଆମ୍ବଲାନ୍ସରେ ମୃତ୍ୟୁ ମୁଖରେ ପଡିଥାନ୍ତି । ଲୋକସଂଖ୍ୟା ବଡିବା ସହ ଗାଡି ମଟର ସଂଖ୍ୟା ବଡିବାରେ ଲାଗିଛି । ସାକ୍ଷୀଗୋପାଳ ଏକ ପର୍ଯ୍ୟଟନ ସ୍ଥଳ ଭାବେ ଜଣାଶୁଣା ଥିବା ବେଳେ ଏବେ ଏଠାରେ ଓଡିଆ ଭାଷା ବିଶ୍ୱ ବିଦ୍ୟାଳୟ ପ୍ରତିଷ୍ଠା ହେବାକୁ ଯାଉଛି । ସବୁ ଦିଗକୁ ଲକ୍ଷ୍ୟ କରି ଏଠାରେ ରେଳ ଓଭରବ୍ରିଜ ନିର୍ମାଣ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ରେଳ ବିଭାଗର ଜଣେ ଅଧିକାରୀଙ୍କ ଠାରୁ ସୂଚନା ମିଳିଛି । ଅନ୍ୟ ପକ୍ଷେ ସତ୍ୟବାଦୀ ତହସିଲଦାର ଦାୟତ୍ୱରେ ଥିବା ବିଡିଓ କ୍ଷୀରୋଦ କୁମାର ବେହେରାଙ୍କ ଦସ୍ତଖତ ଥାଇ ଡେଙ୍ଗୁରା ମ।।ଧ୍ୟମରେ ସାକ୍ଷୀଗୋପାଳ ବଜାରରେ ଏକ ନୋଟିସ ଜାରି କରିଛନ୍ତି । ୨୯ ତାରିଖ ଦିନ ଜମି ଚିହ୍ନଟ କରାଯିବ ବୋଲି ଘୋଷଣା କରାଯାଇଛି । ଏହି ନୋଟିସକୁ ବିରୋଧ କରି ବ୍ୟବସାୟୀ ସଂଘ ପକ୍ଷରୁ ଏକ ଜରୁରୀ ବୈଠକ ସଂଘର ସଭାପତି ବୀରେନ୍ଦ୍ର ଭୂଷଣ ହୋତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ୪ଗୋଟି ପ୍ରସ୍ତାବ ଗୃହୀତ ହୋଇଛି । ରେଳ ଓଭରବ୍ରିଜ ନିର୍ମାଣକୁ ବିରୋଧ, ଜିଲ୍ଲାପାଳଙ୍କୁ ଏକ ସ୍ମାରକ ପତ୍ର ଦେବାପାଇଁ ନିସ୍ପତି, ୨୮ ଓ ୨୯ ଦୁଇ ଦିନ ଧରି ସାକ୍ଷୀଗୋପାଳ ବଜାର ବନ୍ଦ କରାଯାଇ ରେଳ ଓଭରବିଜ୍ର ନିର୍ମାଣ ପ୍ରସଙ୍ଗକୁ ବିରୋଧ କରାଯିବ ଓ ସାକ୍ଷୀଗୋପାଳ ଷ୍ଟେଟବ୍ୟାଙ୍କ ସମ୍ମୁଖରେ ବ୍ୟବସାୟୀ ସଂଘ ପକ୍ଷରୁ ଧାରଣା ଦିଆଯିବା ସହ ଜମି ଚିହ୍ନଟ କାର୍ଯ୍ୟକ୍ରମକୁ ଘୋର ବିରୋଧ କରାଯିବ ବୋଲି ସଂଗ ପକ୍ଷରୁ ସୁଚନା ମିଳିଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୩/୧୦/୨୦୨୧---.୧୫
Sakhigopal News, 23/10/2021