Breaking News

ବାଇକ୍ ଦୁଘର୍ଟଣାରେ ଜଣେ ମୃତ୍ୟୁ: ଜଣେ ଆହତ

One killed, one injured in bike accident
ଭଞ୍ଜନଗର----ବାଇକ ଗାଡଓ୍ବାର୍ଲକୁ ପିଟି ହେଇ ଜଣେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଆହତ ହୋଇଥିବା ଜଣାପଡିଛି । ଗଞ୍ଜାମ ଜିଲ୍ଲା ତାରସିଂ ଥାନା ଅନ୍ତର୍ଗତ ତିଳିସିଙ୍ଗି ଗ୍ରାମ ନିକଟ ବୁଲାଣି ଠାରେ ଏହି  ଦୁର୍ଘଟଣା ଘଟିଛି। ମୃତକ ହେଲେ ବାରଖଣ୍ଡା ଗ୍ରାମର ସୂର୍ଯ୍ୟ ଗୈାଡଙ୍କ ପୁଅ ଶିବ ଶଙ୍କର ଗୈାଡ । ଆହତ ହେଲେ ସୁବାଷ ଗୈାଡଙ୍କ ପୁଅ ଶିବ ଶଙ୍କର ଗୈାଡ ।ଖବର ନେବାରେ ଶିବ ଶଙ୍କର ଓ ସହଯୋଗୀ ଶିବଶଙ୍କର ମିଶି ବାଇକ୍ ରେ ଶିବଶଙ୍କର ଭଣଜାର ଜନ୍ମ ଦିନ ପାଳନ କରିବା ପାଇଁ ବନ୍ଧୁବର୍ଗକୁ ନିମନ୍ତ୍ରିତ କରି ନିଜ ଗ୍ରାମ ବାରଖଣ୍ଡା ଫେରୁଥିଲେ । ବେଳେ ବାଇକ୍ ଟି ନିୟନ୍ତ୍ରଣ ହରାଇ ଗାଡଓ୍ବାର୍ଲକୁ ପିଟି ହେବାରୁ ବାଇକ୍ ଚାଳକ ଓବାଇକରେ ବସିଥିବା ସହଯୋଗୀ ଉଭୟ  ଛିଟିକି ପଡ଼ିଥିଲେ । ଉଭୟଙ୍କୁ ସ୍ଥାନୀୟ ଲୋକମାନେ ଉଦ୍ଧାରକରି ଭଞ୍ଜନଗର ଉପଖଣ୍ଡ ଡାକ୍ତରଖାନାରେ ଭତ୍ତି କରିଥିଲେ  ।ଏଠାରେ ସୂର୍ଯ୍ୟ ଗୈାଡଙ୍କ ପୁଅ  ଶିବଶଙ୍କରଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିବା ବେଳେ ସୁବାଷ ଗୈାଡଙ୍କ ପୁଅ ଶିବଶଙ୍କର ଆହତ ଅବସ୍ଥାରେ ଚିକିତ୍ସାଧୀନ ରହିଥିବା ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି ।ଏହି ଘଟଣାକୁ ନେଇ ତାରସିଂ ଥାନା କେସନଂ ୨୯୨/୨୧ରେ ଦୁଘର୍ଟଣା ମାମଲା ରୁଜୁ ହୋଇଥିବା ତଦନ୍ତକାରୀ ଅଧିକାରୀ ଏଏସଆଇ  ଉଦୟ ନାଥ ସାହୁ କହିଛନ୍ତି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନ ଙ୍କ ରିପୋର୍ଟ,୩୧/୧୦/୨୦୨୧----୯,୦୦ Sakhigopal News,31/10/2021



Blog Archive

Popular Posts