ପ୍ରଥମେ କମ୍ପାନୀ,ଏଵେ ସରକାର ଠକୁଛନ୍ତି , ଜମାକାରୀଙ୍କ ଟଙ୍କା ଫେରସ୍ତ ଦାଵିରେ ଵରଗଡ ଜିଲ୍ଲା ଵ୍ଯାପୀ ଆନ୍ଦୋଳନ ପାଇଁ ପ୍ରସ୍ତୁତି
ଵରଗଡ଼:------ ଵିଭିନ୍ନ ଚିଟଫଣ୍ଡ ସଂସ୍ଥାରେ ସଞ୍ଚିତ ଟଙ୍କା ଜମାକରି ସର୍ଵସ୍ଵ ହରାଇଥିଵା ଶହ ଶହ ଜମାକାରୀ ଆଜି ସମତା ଭଵନଠାରେ ସମଵେତ ହୋଇଥିଲେ । ସରକାର କ୍ଷତିଗ୍ରସ୍ତ ଜମାକାରୀଙ୍କୁ ଟଙ୍କା ଫେରସ୍ତ ପାଇଁ ତହସିଲ ଦ୍ଵାରା ଜମାକାରୀ ଚିହ୍ନଟ କରି ପ୍ରତ୍ଯେକ ଜମାକାରୀଙ୍କୁ ଟଙ୍କା ଫେରସ୍ତ ଦାଵିରେ ଜିଲ୍ଲା ଵ୍ଯପୀ ପ୍ରତ୍ଯେକ ତହସିଲ ସ୍ତରରେ ଜମାକାରୀ ଗଣ ସତ୍ଯାଗ୍ରହ ପାଇଁ ସଂକଳ୍ପ ନେଇଛନ୍ତି। ଆସନ୍ତା ୧୦ନଭେମ୍ଵର ପଦ୍ମପୁର ତହସିଲ ସ୍ତରରେ ଏଵଂ ୧୧ନଭେମ୍ଵର ଵରଗଡ଼ ତହସିଲ ସ୍ତରରେ ଜମାକାରୀ ଗଣ ସତ୍ଯାଗ୍ରହ ନିଷ୍ପତ୍ତି ହୋଇଅଛି।ଏହି ଵୈଠକରେ ଜିଲ୍ଲାର ୧୨ଟି ତହସିଲରୁ ଶତାଧିକ ଜମାକାରୀ ଉପସ୍ଥିତ ଥିଵାଵେଳେ ଆର୍ଥିକ ସଂସ୍ଥାମାନଙ୍କ ଦ୍ଵାରା କ୍ଷତିଗ୍ରସ୍ତଙ୍କ ମିଳିତ ମଞ୍ଚର ରାଜ୍ଯ ସଭାପତି ଜୟନ୍ତ ଦାସ, ସମ୍ପାଦକ ମଧୁସୁଦନ ଵିଶ୍ବାଳ, ଅନୁରାଧା ସୁଵୁଦ୍ଧି, ସୁଧାଂଶୁ ଵେହେରା, ଵରିଷ୍ଠ କୃଷକ ନେତା ଲିଙ୍ଗରାଜ ପ୍ରଧାନ, ରମେଶ ମହାପାତ୍ର, ଝାରସୁଗୁଡାର ଯୁଵନେତା ଜୀଵନ ସାର୍ଥକ ଦାସ,ଗୌରୀ ଶଂକର ସାହୁ, ସୁଶାନ୍ତ ମହା ପାତ୍ର, ସୁଶାନ୍ତ ଆଚାର୍ଯ୍ଯ, ଗୋଵର୍ଦ୍ଧନ ଵାଝୀ, ସୋମେଶ ପଟେଲ, ଜଗନ୍ନାଥ ଷଡ଼ଙ୍ଗୀ ପ୍ରମୁଖ ଵିଭିନ୍ନ ପ୍ରସ୍ତାଵ ଉପରେ ଆଲୋଚନା କରିଥିଲେ। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୬/୧୦/୨୦୨୧----୮,୪୫
Sakhigopal News,26/10/2021