ମୃତ ଆରପିଏଫ ଜବାନଙ୍କ ଉଦ୍ଦେଶ୍ଯରେ କ୍ୟାଣ୍ଡେଲ ଶୋଭାଯାତ୍ରା
ଓଡ଼ଗାଁ:-- ଗତ ୧୮ ତାରିଖରେ ଛତିଶଗଡ଼ ର ମହାସମୁନ୍ଦ ରେ ମୃତ୍ୟୁ ବରଣ କରିଥିବା ଆରପିଏଫ ଜବାନ ଆଲୋକ କୁମାର ସାହୁ ଙ୍କ ଉଦ୍ଦେଶ୍ଯରେ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି ।ଆଲୋକ ଓଡ଼ଗାଁ ବ୍ଳକ ଶରଣକୁଳ ଥାନା ଅନ୍ତର୍ଗତ ହରିହରପୁର ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ।
ହରିହରପୁର ଗ୍ରାମର ଯୁବକ ଓ ଗ୍ରାମବାସୀ ମାନଙ୍କ ଦ୍ୱାରା ଆୟୋଜିତ କରାଯାଇଛି।ଏହି କ୍ୟାଣ୍ଡେଲ ଶୋଭାଯାତ୍ରା ରେ ଗ୍ରାମବାସୀ ଓ ଆଲୋକ ଙ୍କ ଯୁବସାଥିମାନେ ଆଲୋକ ଙ୍କ ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିଛନ୍ତି । ଗତ ୧୮ ତାରିଖ ରେ ଛତିଶଗଡ଼ ର ମହାସମୁନ୍ଦ ରେ ଆଲୋକ ଙ୍କ ମରଶରୀର କୁ ଝୁଲନ୍ତା ଅବସ୍ଥାରେ ଠାବ କରାଯାଇଥିଲା। କିନ୍ତୁ ରକ୍ତାକ୍ତ ଓ କ୍ଷତାକ୍ତ ଚିହ୍ନ ଭଳି ପାରିପାର୍ଶ୍ୱିକ ଅବସ୍ଥା କୁ ଦେଖି ପରିବାର ଲୋକେ ଏହାକୁ ହତ୍ଯା ବୋଲି ଅଭିଯୋଗ କରିଆସୁଛନ୍ତି। ବୁଧବାର ବିଳମ୍ବିତ ରାତିରେ ଆଲୋକ ଙ୍କ ମରଶରୀର କୁ ଛତିଶଗଡ଼ ରୁ ନିଜ ଜନ୍ମମାଟି ହରିହରପୁର କୁ ଅଣାଯାଇ ଗାଁ ଶ୍ମଶାନ ରେ ସତ୍କାର କରାଯାଇଥିଲା।
ରିପୋର୍ଟ:-- ଦିଲ୍ଲୀପ୍ କୁମାର ବିଶୋଇ, ଓଡ଼ଗାଁ
:-୨୨/୧୦/୨୧-----୧୦,୧୫ Sakhigopal News,22/10/2021