ଶୌଚାଳୟ ଟେଣ୍ଡର ବାତିଲି;ଆସନ୍ତା ୬ ତାରିଖକୁ ଘୁଞ୍ଚିଲା
The toilet tender was canceled and moved to the next 7 days
ସାକ୍ଷୀଗୋପାଳ---- ସାକ୍ଷୀଗୋପାଳ ମନ୍ଦିର ନିକଟରେ ଥିବା ଶୌଚାଳୟ ପାଇଁ ଆଜି ମନ୍ଦିର ପ୍ରଶାସନ ପକ୍ଷରୁ ଟେଣ୍ଡର ଡକାଯାଇଥିଲା । ୧୦ ହଜାର ଅମାନତ ଓ ଏକଲକ୍ଷ ଟଙ୍କା ଧାର୍ଯ୍ୟ କରାଯାଇଥିଲା ବର୍ଷକ ପାଇଁ । ମାତ୍ର କିଛି ବ୍ୟକ୍ତି ବିଶେଷ ମାନେ ଏହି ଟେଣ୍ଡର ପକାଇଥିଲେ ଧାର୍ଯ୍ୟ କରାଯାଇଥିବା ଟେଣ୍ଡର ଠାରୁ ବହୁତ କମ ରହିଥିଲା । ଯାହା ଫଳରେକି ମନ୍ଦିର କାର୍ଯ୍ୟାନିର୍ବାହୀ ଅଧିକାରୀ ବସନ୍ତ ପ୍ରଧାନ ଟେଣ୍ଡର ବାତିଲ କରିବା ସହ ଆସନ୍ତା ୬ ତାରିଖରେ ପୁର୍ନବାର ଟେଣ୍ଡର କରିବା ପାଇଁ ଆହ୍ୱନ କରିଛନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୩୧/୧୦/୨୦୨୧---୮,୨୫
Sakhigopal, 31/10/2021