Breaking News

ଓଡ଼ଗାଁରେ ଓଡିଶା ଡ୍ରାଇଭର ମହାସଂଘର ବୈଠକ ଅନୁଷ୍ଠିତ




ଓଡ଼ଗାଁ:-- ଓଡ଼ଗାଁ କଦଳୀବନ୍ଧ ଠାରେ ଓଡ଼ିଶା ଡ୍ରାଇଭର ମହାସଂଘ ତରଫରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ଏକ ରାଲି କଦଳୀବନ୍ଧ ଠାରୁ ବାହାରି ରଘୁନାଥ ମନ୍ଦିର ପର୍ଯ୍ୟନ୍ତ ଯାଇଥିଲା। ପରେ ବୈଠକ ର ପ୍ରାରମ୍ଭ ରେ ସମସ୍ତ ଅତିଥିମାନଙ୍କୁ ଉତ୍ତରୀୟ ଦେଇ ସ୍ୱାଗତ କରାଯାଇଥିଲା।ଡ୍ରାଇଭର ମାନେ ବିଭିନ୍ନ ସମୟରେ ଆକ୍ରୋଶ ର ଶିକାର ହେଉଥିବା ବେଳେ ସେମାନଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଜୀବନବୀମା, ସହ ସ୍ୱତନ୍ତ୍ର ଆଇନ ପ୍ରଣୟନ ତିଆରି କରିବା ନିମନ୍ତେ ବୈଠକ ରେ ଆଲୋଚନା ହୋଇଥିଲା। ଉକ୍ତ ବୈଠକରେ ଓଡିଶା ଡ୍ରାଇଭର ମହାସଂଘ ର ରାଜ୍ଯ ଉପ ସଭାପତି ସୁମନ ଆଲଟିଆ,ସମ୍ମାନିତ ଅତିଥି ଭାବେ ନୟାଗଡ଼ ଜିଲ୍ଲା ସଭାପତି ଅବକାଶ କାଠୁଆ,ଜିଲ୍ଲା ସମ୍ପାଦକ ସନ୍ତୋଷ ସାଠୁଆ, ଜିଲ୍ଲା ଉପ ସଭାପତି ପାଣୁ ଚରମ ସ୍ୱାଇଁ, ଓଡ଼ଗାଁ ବ୍ଳକ ଉପ ସଭାପତି ନିଳାଚଳ ପାଢ଼ୀ, ପ୍ରମୁଖ ଯୋଗଦେଇଥିଲେ। ଆଜିର ଏ ରାଲି ରେ ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୨୦୦ ରୁ ଉର୍ଦ୍ଧ୍ବ ଡ୍ରାଇଭର ସାମିଲ ଥିଲେ।

ରିପୋର୍ଟ:- ଦିଲ୍ଲୀପ୍ କୁମାର ବିଶୋଇ, ଓଡ଼ଗାଁ, ୨୦/୧୦/୨୧-----୧୦,୪୫ Sakhigopal News,20/10/2021

Blog Archive

Popular Posts