ଶୁକଳରେ ୨୩୦ ଗୋଟି ପରିବାରଙ୍କୁ ସ୍ମାର୍ଟ କାର୍ଡ ବଣ୍ଟନ
ସାକ୍ଷୀଗୋପାଳ---- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଶୁକଳ ଗ୍ରାମ ପଞ୍ଚାୟତର ବାଁ ବରଡା ବିଦ୍ୟାଳୟ ପରିସରରେ ବାଁ ବରଡା, ଦକ୍ଷିଣକେରା ଓ ଦୋଖଣ୍ଡପୁର ଗ୍ରାମର ୨୩୦ ପରିବାରଙ୍କୁ ରାଜ୍ୟ ସରକାରଙ୍କ ସ୍ାର୍ଟ କାର୍ଡ ବଣ୍ଟନ କରାଯାଇଛି । ଏହି ବଣ୍ଟନ କାର୍ଯ୍ୟକ୍ରମରେ ସ୍ଥାନୀୟ ସମିତି ସଭ୍ୟ ଜଳନ୍ଦର ସେଠୀ, ପଞ୍ଚାୟତ ଅଧିକାରୀ ବିଜୟ ବେହେରା, ଶିକ୍ଷକ ଅଶୋକ ପ୍ରଧାନ ଓ ଅଙ୍ଗନୱାଡି କର୍ମୀ ସୀମା ମହାରଥା ଓ ରଶ୍ମିତା ତାଡ ପ୍ରମୁଖ ଉପସ୍ଥିତ ରହି ଶାନ୍ତି ଶ୍ୟଙ୍ଖଳା ସହିତ କାର୍ଡ ବଣ୍ଟନ ଶେଷ ହୋଇଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୩/୧୦/୨୦୨୧---୮,୫୦
Sakhigopal News, 23/10/2021