Breaking News

କର୍କଟ ପୀଡିତାଙ୍କୁ ମିଳିଲା ସରକାରୀ ସାହାର୍ଯ୍ୟ



ଡେଲାଙ୍ଗ---- ଡେଲାଙ୍ଗ ଥାନା ଅନ୍ତର୍ଗତ ଗୁଆଚୌକା ଗ୍ରାମର ମଇମୁନି ବିବି କର୍କଟ ରୋଗରେ ପୀଡିତ । ଘରେ ଯାହା ଅର୍ଥ ଥିଲା ପରିବାର ଲୋକମାନେ ଚିକିତ୍ସାରେ ଖର୍ଚ୍ଚ କରିଦେବା ପରେ ମଇମୁନିଙ୍କ ଦେହ ଭଲ ହେଲାନାହିଁ । ଚିକିତ୍ସା ପାଇଁ ଅଧିକ ଅର୍ଥ ଦରକାର ପଡିବାରୁ ଘର ଲୋକମାନେ ମଇମୁନିଙ୍କୁ ଘରକୁ ନେଇ ଆସିଲେ ।  ଡେଲାଙ୍ଗର ସମାଜସେବୀ ତଥା  ଯୁବ ସାମ୍ବାଦିକ ବିଶ୍ୱଜିତି ପାଢ଼ୀ ଡେଲାଙ୍ଗ ତହସିଲଦାରଙ୍କୁ ଏ ଘଟଣା ସମ୍ପର୍କରେ ଅବଗତ କରାଇଥିଲେ । ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ନିର୍ଦ୍ଦେଶ କ୍ରମେ ଡେଲାଙ୍ଗ ତହସିଲଦାର ମହୋନ୍ଦ୍ର ବଡେଇଙ୍କ ସହଯୋଗରେ ଅତିରିକ୍ତ ତହସିଲଦାର ରଞ୍ଜନ କୁମାର ନାୟକ ପୀଡିତା ମଇମୁନିଙ୍କୁ ମୁଖ୍ୟମନ୍ତୀଙ୍କ ରିଲିଫ ଫଣ୍ଡରୁ ୨୦ ହଜାର ଟଙ୍କା ଚିକିତ୍ସା ପାଇଁ ପ୍ରଦାନ କରିଛନ୍ତି । ଅଧିକ ଚିକିତ୍ସା ପାଇଁ ସହଯୋଗ କରାଯିବ ବୋଲି ପତିଶୃତି ଦେଇଥିବା ଜଣାପଡିଛି ।  ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୨୨/୧୦/୨୦୨୧--୯.୧୦   Sakhigopal News, 22/10/2021

Popular Posts