ସାନ ମଝିଆ ଭାଇର କେଦଳା ଆକ୍ରମଣରେ ବଡ ଭାଇ ଗୁରୁତର
ଭଞ୍ଜନଗର---ସ୍ଥାନୀୟ ଥାନା ଅନ୍ତର୍ଗତ ଭାରତୀୟ ଷ୍ଟେଟ ବ୍ୟାଙ୍କ ଛକରେ ରହୁଥିବା ଲକ୍ଷଣ ଦାଶଙ୍କ ସାନ ମଝିଆ ଶୁରେଷ ଓ ବଡ ପୁଅ ରବିନ୍ଦ୍ର ଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିଥିଲା । ସାନ ମଝିଆ ଶୁରେଷ ରାଗିଯାଇ ପାଖରେ ଥିବା କେଦଳାରେ ବଡ ଭାଇ ରବିନ୍ଦ୍ରକୁ ଆକ୍ରମଣ କରିଥିଲା । ରବିନ୍ଦ୍ରର କାନଟି କଟି ଯାଇଥିବା ବେଳେ ଅଳ୍ପକେ ମୃତ୍ୟୁ ରୁ ବତ୍ତିଯାଇଥିଲେ। ରବିନ୍ଦ୍ର ଗୁରୁତର ଅବସ୍ଥାରେ ଭଞ୍ଜନଗର ଡାକ୍ତରଖାନାରେ ଭତ୍ତିକରାଯାଇଛି । ଖବର ନେବାରେ ଗାଡିର ଯନ୍ତ୍ରପାତିକୁ ନେଇ ଏହି ଘଟଣା ଘଟିଥିଲା ।ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୩/୧୦/୨୦୨୧---୯,୪୦
Sakhigopal News,23/10/2021