ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟ ରେ ଅନଲାଇନ ମାଧ୍ୟମରେ ପରୀକ୍ଷା ହେବ, ଘୋଷଣା କଲେ କତୃପକ୍ଷ
ଓଡ଼ଗାଁ:- ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟ ରେ+୩ ଦ୍ୱିତୀୟ ଓ ଫାଇନାଲ ପରୀକ୍ଷା ଅନଲାଇନ ମାଧ୍ୟମରେ ହେବା ପାଇଁ ନିଷ୍ପତ୍ତି ନିଆଯାଇଛି।
ପୂର୍ବରୁ ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟ ରେ+୩ ଦ୍ୱିତୀୟ ଓ ଫାଇନାଲ ପରୀକ୍ଷା ଅଫଲାଇନ ମାଧ୍ୟମରେ ହେବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । କିନ୍ତୁ ନୟାଗଡ଼ ଓ ଶରଣକୁଳ କଲେଜ ରେ ଅନଲାଇନ ମାଧ୍ୟମରେ ପରୀକ୍ଷା ହେବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏହାର ପ୍ରତିବାଦ ସ୍ୱରୁପ ଗତକାଲି ଓଡ଼ଗାଁ +୩ ଛାତ୍ରଛାତ୍ରୀ ଅନଲାଇନ ମାଧ୍ୟମରେ ପରୀକ୍ଷା ପାଇଁ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଆଜି କୌଣସି ନିଷ୍ପତ୍ତି ନିଆ ନଯାଇଥିବାରୁ କଲେଜ ଛାତ୍ରଛାତ୍ରୀ କଲେଜ ଫାଟକ ରେ ରେ ତାଲା ପକାଇବା ସହ ଅନଲାଇନ ପରୀକ୍ଷା ପାଇଁ ଅଡି ବସିଥିଲେ। ପରେ ଅଧ୍ୟକ୍ଷ ଖୁବଶୀଘ୍ର ଏନେଇ ନିଷ୍ପତ୍ତି ନିଆଯିବ ବୋଲି କହିବା ପରେ ଛାତ୍ରଛାତ୍ରୀ ଧାରଣା ରୁ ଓହରି ଥିଲେ।
ବହୁ ପ୍ରତୀକ୍ଷା ପରେ ଆଜି ପରୀକ୍ଷା ଦ୍ୱନ୍ଦ ରୁ ଛାତ୍ରଛାତ୍ରୀ ମୁକ୍ତ ହୋଇଛନ୍ତି। ଆଜି ଏନେଇ କଲେଜ କର୍ତୁପକ୍ଷ ଏକ ଜରୁରୀକାଳୀନ ବୈଠକ କରିବା ପରେ +୩ ପରୀକ୍ଷା କୁ ଅନଲାଇନ ମାଧ୍ୟମରେ କରିବା ପାଇଁ ନିଷ୍ପତ୍ତି ନେବା ସହ ଘୋଷଣା କରିଥିଲେ ।
ରିପୋର୍ଟ:- ଦିଲ୍ଲୀପ୍ କୁମାର ବିଶୋଇ, ଓଡ଼ଗାଁ -୨୭/୧୦/୨୧-----୮,୪୫ Sakhigopal News,27/10/2021