ବେଆଇନ ମୋରମ ଖଣି ଉପରେ ଚଢଉ;ଜେସିବ ମେସିନ ଓ ଟ୍ରାକ୍ଟର ଜବତ , ୬୫ ହଜାର ଟଙ୍କା ଆଦାୟ
Illegal Moram mine raid; JCB machine and tractor seized, Rs 75,000 recovered
ଡେଲାଙ୍ଗ---- ଡେଲାଙ୍ଗ ତହସିଲ ଅର୍ନ୍ତଗତ ଜମୁନାଝାରପଡା ମୈାଜାରେ ବେଆଇନ ଭାବେ ମୋରମ ଚାଳଣ କରାଯାଉଥିବା ସମ୍ପର୍କେ ଅଭିଯୋଗ ହୋଇ ଆସୁଥିଲା । ଖବର ପାଇ ନୁତନଭାବେ ଯୋଗ ଦେଇଥିବା ଡେଲାଙ୍ଗ ତହସିଲଦାର ନିବେଦିତା ପରିଡାଙ୍କ ନେତୃତ୍ୱରେ ଅତିରିକ୍ତ ତହସିଲଦାର ରଞ୍ଜନ କୁମାର ନାୟକ,ରେଭେନ୍ୟୁ ସୁପରଭାଇଜର ଝରଣା ସେଠୀ ଓ ରାଜସ୍ୱ ନିରିକ୍ଷକଙ୍କ ମିଳିତ ଉଦ୍ୟମରେ ଉକ୍ତ ସ୍ଥାନରେ ଚଢଉ କରିଥିଲେ । ଚଢଉ ସମୟରେ କୈାଶଳକ୍ରମେ ଜେସିବ ଓ ଟ୍ରାକ୍ଟର ଡ୍ରାଇଭର ଗାଡିକୁ ଛାଡି ଖସି ପଳାଇବାରେ ସକ୍ଷମ ହୋଇଥିଲେ । ଜେସିବ ଓ ଟ୍ରାକ୍ଟରକୁ ପୁଲିସ ଜବତ କରିଛି । ତତ୍ ସହିତ ବେଆଇନ ମୋରମ ଚାଳଣ କରୁଥିବା ଅଭିଯୋଗରେ ଦୁଇ ଗାଡିରୁ ୬୫ ହଜରା ଟଙ୍କା ଫାଇନ କଟାଯାଇଥିବା ଅତିରିକ୍ତ ତହସିଲଦାର ଶ୍ରୀନାୟକଙ୍କ ଠାରୁ ସୁଚନା ମିଳିଛି । ଡେଲାଙ୍ଗରୁ ଧୀରେନ୍ଦ୍ର ସେ=ନାପତି, ୩୧/୧୦/୨୦୨୧----୮.୩୫