Breaking News

ପୋଖରୀରେ ବୁଡି ବୁଦ୍ଧାଙ୍କ ମୃତ୍ୟୁ

     
ଭଞ୍ଜନଗର---ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଷୋରିସମୂଳୀ ଗ୍ରାମର ପଙ୍କଜ ବିଷୋୟୀ ପୋଖରୀରେ ବୁଡି ମୃତ୍ୟୁ ଘଟିଛି। ଖବର ନେବାରେ ଶନିବାର ସକାଳ ୫ଟା ସମୟରେ ଗାଁ ପୋଖରୀକୁ ପଙ୍କଜ ଗାଧେଇବାକୁ ଯାଇଥିଲେ ।  ଅସାବଧାନତା ଯୋଗୁଁ ପଙ୍କଜଙ୍କର   ଗୋଡ଼ ଖସି ଯିବାରୁ ପାଣି ଭିତରେ ପଡି ଅଚେତ ହେଇପଡିଥିଲେ । ସକାଳୁ ଗ୍ରାମର କିଛି ଲୋକ ଉକ୍ତପୋଖରୀକୁ ଗାଧେଇବାକୁ ଯାଇଥିଲେ ପୋଖରୀ ପାଣି ଭିତରେ ପଙ୍କଜ ପଡିଥିବାର ଦେଖି ପରିବାର ଲୋକଙ୍କୁ ଖବର ଦେବା ପରେ ଘଟଣାସ୍ଥଳରେ ପରିବାର ଲୋକେ ପହଞ୍ଚି ପୋଖରୀରୁ ପଙ୍କଜକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଭଞ୍ଜନଗର ଡାକ୍ତରଖାନାରେ ଭତ୍ତି କରିଥିଲେ । ସେଠାରେ ଡାକ୍ତର ପଙ୍କଜକୁ ମୃତ୍ୟୁ ଘୋଷଣା କରିଥିଲେ । ଜଗନ୍ନାଥପ୍ରସାଦ ପୁଲିସ ଖବର ପାଇ ଭଞ୍ଜନଗର ଡାକ୍ତରଖାନାରେ ପହଞ୍ଚି  ପଙ୍କଜର ଶବକୁଜବତ କରିବା ସହ  ବ୍ୟବଛେଦ ପାଇଁ ପଠାଇଛନ୍ତି । ଜଗନ୍ନାଥପ୍ରସାଦ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ଥାନା ସୁତ୍ରରୁ ଜଣାପଡିଛି। 
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୪/୧୦/୨୦୨୧---୯,୩୫
 Sakhigopal News,23/10/2021

Blog Archive

Popular Posts