Breaking News

ପିଜୁଳି କିଣିବା ବାହାନା ରେ ଘରେପଶି ସୁନା ଅଳଙ୍କାର ଲୁଟ ଘଟଣା

 
ଭଞ୍ଜନଗର----- ଘଟଣାର ତିନିଦିନ ପୂର୍ବରୁ ଘର ଆଗରେ ଚକ୍କର ମାରୁଥିଲେ ।ଶେଷରେ ପିଜୁଳି କିଣିବା ର ବାହାନା କରିଥିଲେ । ସୁଯୋଗ ପାଇ ଘରେ ପଶିଲେ । ମହିଳାଙ୍କୁ ବ୍ଳେଡରେ ଆକ୍ରମଣ କରି ସୁନାଗହଣା  ଝାମ୍ପି ନେଲେ । ଶେଷରେ ପୋଲିସ ର ତନାଘନା ପରେ ଧରାପଡ଼ି ଜେଲ୍ ଗଲେ , ଦୁଇ ଲୁଟେରା । ତାଙ୍କ ସହ ଗିରଫ ହୋଇ ଜେଲ୍ ଗଲେ ଲୁଟ୍ ଅଳଙ୍କାର କଣିଥିବା ସୁନା ବ୍ୟବସାୟୀ । ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ପଥରାପଲ୍ଲୀ ଗାଁ ନିକଟ ରେ ଗତ ୧୦ ତାରିଖରେ ଘଟିଥିଲା ଏଭଳି ଘଟଣା । ଏଠାରେ ପିଜୁଳି ବ୍ୟବସାୟ କରୁଥିବା ସୁଲୋଚନା ଦଳାଇ ନାମକ ମହିଳା ଙ୍କ ଠାରୁ ପିଜୁଳି କିଣିବା ବାହାନାରେ , ଦୁଇଜଣ ଦୁର୍ବୃତ୍ତ ଏକ ବ୍ଳେଡ୍ ରେ ଆକ୍ରମଣ କରିଥିଲେ । ବେକରୁ ସୁନାଗହଣା ଅଳଙ୍କାର ଝାମ୍ପି ନେଇ ଫେରାର ହୋଇଯାଇଥିଲେ । ବେଲଗୁଣ୍ଠା ଥାନା କେଶ୍ ନମ୍ବର ୨୫୪ /୨୧ ରେ ମାମଲା ରୁଜୁ କରି ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଥିଲେ । ଗାଙ୍ଗପୁର ଥାନା ଅନ୍ତର୍ଗତ ମୁନିଗାଡି ଗାଁର କୃଷ୍ଣ ଚନ୍ଦ୍ର ବେହେରା ଓ ଡୋରି ଗ୍ରାମର ନିମାପଡ଼ା ପାଲୁରୁ କୁ ଗିରଫ କଲା ପୋଲିସ୍ । ଏହାସହ ଲୁଟେରାଙ୍କ ଠାରୁ ସୁନା ଅଳଙ୍କାର କିଣିଥିବା , ଆସିକା ବଜାର ସାହି ର ସୁନା ବ୍ୟବସାୟୀ ସୁରେନ୍ଦ୍ର ରେଡି କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ସେମାନଙ୍କ ଠାରୁ ଗୋଟିଏ ସ୍କୁଟି , ଲୁଟ୍ ଅଳଙ୍କାର ଓ ମୋବାଇଲ ଜବତ ହୋଇଛି । ଏନେଇ ସୂଚନା ଦେଇଛନ୍ତି ବେଲଗୁଣ୍ଠା ଥାନାଧିକାରୀ ପ୍ରକାଶ ଚନ୍ଦ୍ର ସାହୁ ।ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୭/୧୦/୨୦୨୧------୮,୫୦  Sakhigopal News,27/10/2021

Blog Archive

Popular Posts