ଖୋର୍ଦ୍ଧା ରୋଡ୍ ରେଳ ମଣ୍ଡଳ ଦ୍ଵାରା;ସତର୍କତା ସଚେତନତା ସପ୍ତାହ ପାଳିତ
ଜଟଣୀ --ଖୋର୍ଦ୍ଧା ରୋଡ୍ ରେଳ ମଣ୍ଡଳ ୨୬ ତାରିଖ ଠାରୁ ନଭେମ୍ବର ୧ ତାରିଖପର୍ଯ୍ୟନ୍ତ “ସତର୍କତା ସଚେତନତା ସପ୍ତାହ” ପାଳନ କରୁଛି । ଏହି ଉତ୍ସବର ଏକ ଅଂଶ ଭାବରେ ମଣ୍ଡଳ ରେଳ ପ୍ରବନ୍ଧକ କାର୍ଯ୍ୟାଳୟ ରେ “ସ୍ୱାଧୀନ ଭାରତ @ 75: ଅଖଣ୍ଡତା ସହିତ ଆତ୍ମନିର୍ଭରଶୀଳତା” ଉପରେ ଏକ ସେମିନାର ଆୟୋଜନ କରାଯାଇଥିଲା। ବିଶିଷ୍ଟ ବ୍ୟକ୍ତିତ୍ୱ ପ୍ରଫେସର ଆର୍. କେ. ପଣ୍ଡା, ଆଇଆଇଟି / ଭୁବନେଶ୍ୱର ର ପୂର୍ବତନ ମୁଖ୍ୟ ଭିଜିଲାନ୍ସ ଅଧିକାରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ । ଭାରତୀୟ ରେଳ ସମେତ ଖ୍ୟାତିସମ୍ପନ୍ନ ଜାତୀୟ ତଥା ଆନ୍ତର୍ଜାତୀୟ ଏଜେନ୍ସି ଦ୍ୱାରା ପରିଚାଳିତ ଅନେକ ମଲ୍ଟି ଅନୁଷ୍ଠାନିକ ବୃହତ ଅନୁସନ୍ଧାନ ଏବଂ ପରାମର୍ଶଦାତା ପ୍ରକଳ୍ପ କାର୍ଯ୍ୟକାରୀ କରିବାରେ ତାଙ୍କର ବିପୁଳ ଅଭିଜ୍ଞତା ରହିଛି । ଏହି ଅବସରରେ ପ୍ରଫେସର ଆର.କେ.ପଣ୍ଡା ଆତ୍ମନିର୍ଭରଶୀଳତାର ସଂଜ୍ଞା ଏବଂ ଆତ୍ମନିର୍ଭରଶୀଳ ହେବା ପାଇଁ ଭାରତର ବିଭିନ୍ନ ପଦକ୍ଷେପ ବିଷୟରେ ବର୍ଣ୍ଣନା କରିଥିଲେ। ସମସ୍ତେ ନିଜକୁ ସଜାଗ ରହିବା ଉଚିତ ଏବଂ କୈ।ଣସି ମନ୍ଦ ଉଦ୍ଦେଶ୍ୟ ବିନା କାର୍ଯ୍ୟ କରିବା ଉଚିତ। କର୍ତ୍ତବ୍ୟ ପାଳନ କରିବା ସମୟରେ ସଚ୍ଚୋଟତା, ଉତ୍ତରଦାୟିତ୍ୱ, ନୈତିକତା ଏବଂ ସ୍ୱଚ୍ଛତା ପାଳନ କରାଯିବା ଆବଶ୍ୟକ ବୋଲି ସେ ପରାମର୍ଶ ଦେଇଛନ୍ତି। ତୃଣମୂଳ ସ୍ତରରେ ଦୁର୍ନୀତିକୁ ଏଡାଇବା ପାଇଁ ଗ୍ରହଣ କରାଯିବାକୁ ଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଅଧିକାରୀ ଏବଂ କର୍ମଚାରୀଙ୍କ ମଧ୍ୟରେ ଏକ ସୁସ୍ଥ ଆଲୋଚନା ହୋଇଥିଲା। ସେମିନାରରେ ଖୋର୍ଦ୍ଧା ରୋଡ୍ ମଣ୍ଡଳ ର ସମସ୍ତ ଶାଖା ଅଧିକାରୀ ଉପସ୍ଥିତ ଥିଲେ ଏବଂ ଶ୍ରୀ ରଂଜନ କୁମାର ମହାନ୍ତି, ବରିଷ୍ଠ ମଣ୍ଡଳ କାର୍ମିକ ଅଧିକାରୀ, କାର୍ଯ୍ୟକ୍ରମ ସ°ଯୋଜନା କରି ଥିଲେ ।
ଜଟଣୀ --ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୯/୧୦/୨୦୨୧-----୮,୩୦ Sakhigopal News,29/10/2021