Breaking News

ସୋସିଆଲ ୱେଲଫେୟାର ଅଗ୍ରାନାଇଜେସନ ପରିବାର ତରଫରୁ ମାଗଣା ଚକ୍ଷୁ ଚିକିତ୍ସା ଶିବିର



କଳାହାଣ୍ଡି : ତେଲିପଲାସ ଗ୍ରାମ ର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଚକ୍ଷୁ ଚିକିତ୍ସା ଶିବିର କୁ ସୋସିଆଲ ୱେଲଫେୟାର ଅର୍ଗାନେଯେସନ କଳାହାଣ୍ଡି ଓ ଜୁନାଗଡ଼ ନେତ୍ର ଚିକିତ୍ସାଲୟ ଲେପ୍ରା ସୋସାଇଟି ମିଳିତ ଆନୁକୂଲ୍ୟରେ ହୋଇଥିଲା ।  ଅଞ୍ଚଳର ବ୍ୟକ୍ତି ବିଶେଷ ଙ୍କୁ ମାଗଣାରେ ଚକ୍ଷୁ ପରୀକ୍ଷା କରାଯାଇ ମୋତିଆ ବିନ୍ଦୁ ଚି଼ହ୍ନଟ ରୋଗୀ ମାନଙ୍କୁ ନେତ୍ର ଚିକିତ୍ସାଳୟର ଶିବିର ଜୁନାଗଡ଼ କୁ ନିଆଯାଇଛି । ସେଠାରେ ଅସ୍ତ୍ରୋପଚାର କରାଯାଇ ଚିକିତ୍ସା କରାଇ ବା ପାଇଁ ସୁବିଧା ର ବ୍ୟବସ୍ଥା କରାଯାଇଛି। ଚିକିତ୍ସା ପରେ ମାଗଣାରେ ଚଷମା ରୋଗୀଙ୍କୁ ଦିଆଯିବାର ବ୍ୟବସ୍ଥା ମଧ୍ୟ କରା ଯାଇଛି । ଏହି ମାଗଣା ଚକ୍ଷୁ ଚିକିତ୍ସା ଶିବିର କୁ ଧର୍ମଗଡ ନିର୍ବାଚନ ର ବିଧାୟକ ମୌଷଧି ବାଗ ଉଦଘାଟନ କରି ରୋଗୀ ସେବାରେ ରୋଗୀ ମାନଙ୍କ ସହିତ ବାର୍ତ୍ତାଳାପ କରି ଥିଲେ । ସୋସିଆଲ ଅର୍ଗାନେଯେସନ ର କର୍ମକର୍ତ୍ତା ମାନଙ୍କ ମଧ୍ୟରୁ ଉମାକାନ୍ତ ସୁନାନୀ,ଗୋପୀନାଥ, ରିଙ୍କୁ, ଧନୁର୍ୟ୍ଯ,ରମେଶ ଓ ରୋହିତ ଭାଇ ଏକତ୍ରିତ ହୋଇ  ତେଲିପଲାସ  ଗ୍ରାମର ବିଦ୍ୟାଳୟ ଠାରେ ମାଗଣାରେ ଚକ୍ଷୁ  ଚିକିତ୍ସା ଶିବିର କରି ଲୋକଙ୍କୁ ସେବା ଯୋଗାଇ ଦେଇ ଆସୁଥିବାରୁ ଅଞ୍ଚଳ ବାସି ଧନ୍ୟବାଦ ଜଣାଇଛନ୍ତି । ବିଶେଷ ସହଯୋଗରେ ଜଗନ୍ନାଥ ସେବାସମିତି ଧର୍ମଗଡ, ଶ୍ୟାମ ପରିବାର ଧର୍ମଗଡ ଓ ମାଆ ଭଣ୍ଡାରଘରଣୀ ଯୁବା ଅନୁଷ୍ଠାନ  ଶିବିର କୁ ପରିଚାଳନା କରି ଲୋକଙ୍କୁ ସେବା ଯୋଗାଇ ଥିବାରୁ ନିଜକୁ ଧନ୍ୟ ମନେ କରି ଥିବା ପ୍ରକାଶ କରିଛନ୍ତି ।
କଳାହାଣ୍ଡି ରୁ ପ୍ୟାରୀ ଲାଲ ଦୁର୍ଗା ଙ୍କ ରିପୋର୍ଟ,୨୫/୧୦/୨୦୨୧---୫,୩୦ 

 Sakhigopal News,25/10/2021

Blog Archive

Popular Posts