ଅନଲାଇନ ପରୀକ୍ଷା ଦାବିରେ ଓଡ଼ଗାଁ କଲେଜରେ ଉତ୍ତେଜନା, ଗେଟ୍ ରେ ତାଲା ପକାଇଲେ ଛାତ୍ରଛାତ୍ରୀ
ଓଡ଼ଗାଁ:-- ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟ ରେ +୩ ଦ୍ବିତୀୟ ଓ ଫାଇନାଲ ବର୍ଷ ର ପରୀକ୍ଷା ଅନଲାଇନ ରେ ହେବା ଦାବି ନେଇ ଛାତ୍ରଛାତ୍ରୀ କଲେଜ ମୁଖ୍ଯ ଫାଟକରେ ତାଲା ପକାଇଛନ୍ତି। ଘଟଣା ଅନୁସାରେ, ଗତକାଲି ଅନଲାଇନ ପରୀକ୍ଷା ଦାବି କରି ଛାତ୍ରଛାତ୍ରୀ ଅଧ୍ୟକ୍ଷଙ୍କ ଅନୁପସ୍ଥିତିରେ ପ୍ରଧ୍ୟାପକ ଉମ୍ମର ମଲ୍ଲୀକ ଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଆଜି ବୈଠକ ହେବାପରେ ଯାହା ନିଷ୍ପତ୍ତି ନିଆଯିବ ବୋଲି ପ୍ରଧ୍ୟାପକ ଶ୍ରୀ ମଲ୍ଲୀକ ଛାତ୍ରଛାତ୍ରୀ ମାନଙ୍କୁ କହିଥିଲେ।
କିନ୍ତୁ ଆଜି କୌଣସି ସ୍ପଷ୍ଟୀକରଣ ନ ଆସିବାରୁ ଛାତ୍ରଛାତ୍ରୀ ଏକାଠି ହୋଇ କଲେଜ ମୁଖ୍ଯ ଫାଟକରେ ତାଲା ପକାଇବା ସହ ଅନଲାଇନ ପରୀକ୍ଷା ଦାବି କରିଥିଲେ। ପରେ କଲେଜ ଅଧକ୍ଷ ଦାୟିତ୍ୱରେ ଥିବା ପ୍ରଧ୍ୟାପକ ବିଶ୍ୱନାଥ ମହାରଣା ଓ ଅନ୍ୟ ଅଧ୍ଯାପକ ତଛାତ୍ରଛାତ୍ରୀ ମାନଙ୍କ ପାଖକୁ ଆସି ଏ ବିଷୟରେ ବୁଝାବୁଝି କରିବା ସହ ଖୁବଶୀଘ୍ର ଏ ବିଷୟରେ ନିଷ୍ପତ୍ତି ନିଆଯିବ ବୋଲି କହିବା ପରେ ଛାତ୍ରଛାତ୍ରୀ ଧାରଣା ରୁ ଓହରି ଥିଲେ।
ରିପୋର୍ଟ:- ଦିଲ୍ଲୀପ୍ କୁମାର ବିଶୋଇ, ଓଡ଼ଗାଁ
:-୨୭/୧୦/୨୧ ----୬,୨୦
Sakhigopal News,27/10/2021