ଅଖିଳ ଭାରତ ନାରିକେଳ ଉନ୍ନୟନ ମହାସଂଘର ବୈଠକ
ସାକ୍ଷୀଗୋପାଳ ----- ସାକ୍ଷୀଗୋପାଳ ବସଷ୍ଟାଣ୍ଡ ଠାରେ ଅଖିଳ ଭାରତ ନାରିକେଳ ଉନ୍ନୟନ ମହାସଂଘର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଅନୁଷ୍ଠାନର ସ୍ଥାୟୀ ସଭାପତି ହୃଷିକେସ ମିଶ୍ର ସଭାପତିତ୍ୱ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଅମର ନନ୍ଦ, ବିଶ୍ୱଜିତି ଶତପଥି, ହୃଷିକେସ ମହାପାତ୍ର, ପ୍ରଫୁଲ ଚନ୍ଦ୍ର ମିଶ୍ର ଓ ଶରତ ଚନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗ ଦେଇ ନଡିଆ ଚାଷ ଓ ଚାଷୀ ମାନଙ୍କ ସମ୍ପର୍କରେ ଆଲେଚନା କରିଥିଲେ । ସାକ୍ଷୀଗୋପାଳ ନଡିଆ ପାଇଁ ବେଶ ଜଣାଶୁଣା । ମାତ୍ର ଫନି ବ୍ୟାତା ପରଠାରୁ ସାକ୍ଷୀଗୋପାଳ ନଡିଆ ଚାଷୀ ଓ ଚାଷର ମେରୁଦଣ୍ଡ ଭାଙ୍ଗିଯାଇଛି । ସାକ୍ଷୀଗୋପାଳ ନଡିଆ ଇ-ନାମ ବଜାରକୁ ନଡିଆ ଆସୁନାହିଁ । ଅନ୍ୟ ପକ୍ଷେ ରାଜ୍ୟ ସରକାର ଉଦ୍ୟାନ ବିଭାଗ ସହଯୋଗରେ ଏନ.ଆର.ଜି.ଏସ ସ୍କିମ ମାଧ୍ୟମରେ =ନଡିଆ ଚାଷ କରିବା ପାଇଁ ପ୍ରୋସାହନ ଅର୍ଥ ରାଶି ଦେବା ପାଇଁ ଘୋଷଣା କରିବା ସହ ନଡିଆ ଚାରା ଯୋଗାଇ ଦେଇଥିଲେ । ଚାରା ଯୋଗାଣରେ ବ୍ୟାପକ ହେରଫେର ହେବାରୁ ଏହି ଯୋଜନା ଅଧାରୁ ଅଟକି ରହିଛି । ନଡିଆ ଚାରା ପାଇଥିବା ଅନେକ ଚାଷୀ ଏ ପର୍ଯ୍ୟନ୍ତ ଅର୍ଥ ପାଇବାରୁ ବଞ୍ଚିତ ରହିଥିବା ସମ୍ପର୍କରେ ଆଲେଚନା କରାଯାଇଥିଲା । ସେହିପରି ଫନି ବ୍ୟାତା ଯିବାର ଦୁଇ ବର୍ଷପରେ ବି ଏବେ ବି ଅନେକ ପରିବାର ସରକାରୀ ସାହାର୍ଯ୍ୟରୁ ବଞ୍ଚିତ ରହିଛନ୍ତି ବୋଲି ଆଲେଚନା କରାଯାଇଥିଲା । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୫/୧୦/୨୦୨୧---- ୮,୧୫
Sakhigopal News, 25/10/2021