Breaking News

ସତ୍ୟବାଦୀ ବନବିଦ୍ୟାଳୟର ୧୧୩ତମ ପ୍ରତିଷ୍ଠା ଦିବସ


 ସାକ୍ଷୀଗୋପାଳ -----  ପୁରୀ ଜିଲ୍ଲାର  ସତ୍ୟବାଦୀ ବକୁଳବନ ବନବିଦ୍ୟାଳୟର ଆଜି ହେଉଛି ତାର  ୧୧୩ ତମ ତୀଥି ଅନୁସାରେ ସ୍ୱନକ୍ଷେତ୍ର ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ କୁମାର ପୂର୍ଣ୍ଣମୀ ଓ ସାହିତ୍ୟ ସଭା ସହିତ କବିତା ପାଠଉତ୍ସବ  ସତ୍ୟବାଦୀ ହାଇସ୍କୁଲ ପରିସରରେ କୋଭିଡ ଆଇନ ଅନୁଯାୟୀ  କରାଯାଇଥିଲା ।  ହାଇସ୍କୁଲ ପରିସରରେ ଥିବା ପଞ୍ଚସଖା ମଣ୍ଡପରେ ଅତିଥି ମାନେ ପୁଷମାଲ୍ୟ ଅର୍ପଣ କରିଥିଲେ ।  ଉତ୍କଳମଣି  ଗୋପବନ୍ଧୁ ମିଶନ ସାକ୍ଷୀଗୋପାଳ ଏହି କାର୍ଯ୍ୟକ୍ରମର ଆୟୋଜକ ରହିଥବା ବେଳେ ସହଯୋଗ  କରିଥିଲେ ଭାରତ ବିକାଶ ପରିଷଦ ଶାଖା ସାକ୍ଷୀଗୋପାଳ ।  ଶିକ୍ଷକ ସତ୍ୟବାଦୀ ଦାସ ସ୍ୱାଗତ ଭାଷଣଦେଇଥିବା ବେଳେ ଅତିଥୀ ମାନଙ୍କର ପରିଚୟ ପ୍ରଦାନ କରି ଗୋପବନ୍ଧୁଙ୍କର ଜିବନୀ ଉପରେ ଆଲୋକପାତ କରିଥିଲେ ।

   ଡ. ଚିତ୍ତରଞ୍ଜନ ମିଶ୍ର ଅନୁଷ୍ଠିତ ସଭାରେ ସଭପତିତ୍ୱ କରିଥିଲେ । ଅନ୍ୟତମ ଅତିଥି ଭାବେ  ଭାରତ ବିକାଶ ପରିଷଦର ସଭାପତି ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଅବସରପ୍ରାପ୍ତ ଶିକ୍ଷକ ପ୍ରଭାତ ଚନ୍ଦ୍ର ରଥ, ପ୍ରଦୀପ୍ତ  କୁମାର ବିଶ୍ୱାଳ, ଡ. ଦିଲିପ କୁମାର ସେନାପତି, ପ୍ରେସ କ୍ଳବର ସଭାପତି ଧୀରେନ୍ଦ୍ର ସେନାପତି ପ୍ରମୁଖ ଯୋଗଦେଇ  ୧୧୨ ବର୍ଷ ତଳର ବନ ବିଦ୍ୟାଳୟ ଇତିହାସ ସମ୍ପର୍କରେ ଆଲୋଚନା କରିଥିଲେ । ମୁଖ୍ୟତଃ ଗୋପବନ୍ଧୁଙ୍କର ଶୈକ୍ଷିକ ଓ ରାଜନୈତିକ ଗୁରୁ ଶ୍ରୀରାମଚନ୍ଦ୍ରପୁର ନିବାସୀ ହରିହର ଦାସଶର୍ମା ଯେଉଁଭଳି ଭାବରେ ପୁରୀ ସଂସ୍କୃତ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ ଆଜି ତାହା ସଦାଶିବ ସଂସ୍କୃତ ବିଶ୍ୱବିଦ୍ୟାଳୟ ଭାବରେ ସମଗ୍ର ଓଡିଶାରେ ବେଶ୍ କ୍ଷାତି ଅର୍ଜନ କରିଛି ବୋଲି ଯୋଗଦେଇଥିବା ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ  ବିଶାଖା ଦେବୀ, ଅନ୍ନସୟା ମିଶ୍ର, ସୁଜତା ମିଶ୍ର, ରବୀନ୍ଦ୍ର ନାଥ ଷଡଙ୍ଗୀ, ରାଜ କିଶୋର ସାହୁ, ଭୀମସେନ ମହାପାତ୍ରଙ୍କ ସହିତ ବିଭିନ୍ନ ଅଞ୍ଚଳରୁ ଆସିଥିବା ପ୍ରାୟ ୫୦ ଜଣ  କବି କବୟତ୍ରୀ ମାନେ ସ୍ୱରଚିତ କବିତା ପାଠ କରିଥିଲେ । ଶିକ୍ଷୟତ୍ରୀ ବିଶାଖ ଦେବୀଙ୍କ ସ୍ୱରଚିତ କବିତା ପୁସ୍ତକ  ପୀତିର କବିତା  ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ଶିକ୍ଷକ ମାନସ ରଞ୍ଜନ ପଟ୍ଟନାୟକ ଓ ବିଜୟ କୁମାର ପଟ୍ଟନାୟକ କାର୍ଯ୍ୟକ୍ରମକୁ ସଂଯୋଜନା କରିଥଲେ । ଶିକ୍ଷକ ବିଜୟ କୁମାର ପରିଡା ଧନ୍ୟବାଦ ଦେଇଥିଲେ । 

ସାକ୍ଷୀଗୋପାଳରୁ ଧରରେନ୍ଦ୍ର ସେନାପତି,୨୦/୧୦/୨୦୨୧---୮,୩୦ 

 Sakhigopal News, 20/10/2021


Blog Archive

Popular Posts