ଦୁର୍ନୀତି ବିରୁଦ୍ଧରେ ଏନ୍ ସି ସି ଛାତ୍ରୀଛାତ୍ରଙ୍କ ଶପଥ ପାଠ
NCC students sworn in against corruption
ଭଞ୍ଜନଗର----- ସ୍ଥାନୀୟ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଆଜି ଦୁର୍ନୀତି ନିବାରଣ ସପ୍ତାହ ପାଳିତ ହୋଇଯାଇଛି। ଏନ୍ ସି ସି ଆର୍ମି, ନାଭାଲ୍, ଯୁବ ରେଡକ୍ରସ ଏବଂ ଜାତୀୟ ସେବା ଯୋଜନା ପକ୍ଷରୁ ମିଳିତ ଭାବେ ଆୟୋଜିତ ସଭାରେ ଅଧ୍ୟକ୍ଷ ଡଃ ସୁବାସ ଚନ୍ଦ୍ର ପ୍ରଧାନ ଅଧକ୍ଷତା କରି ଦୁର୍ନୀତି ରୋକିବାରେ ଯୁବ ଗୋଷ୍ଠୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ। ତେଣୁ ଛାତ୍ରୀଛାତ୍ର ମାନେ ସଚେତନ ହୋଇ ଆବଶ୍ୟକ ପଦକ୍ଷେପ ନେବାକୁ ଅଧକ୍ଷ ଉପସ୍ଥିତ ଛାତ୍ରୀଛାତ୍ରଙ୍କୁ ଆହ୍ଵାନ କରିଥିଲେ। ସାମ୍ବାଦିକ ମାନେ ମଧ୍ୟ ଦୁର୍ନୀତି କୁ ରୋକିବାରେ ପ୍ରମୁଖ ଭୂମିକା ନିର୍ବାହ କରିଥାନ୍ତି। କର୍ମଚାରୀଙ୍କ ଠାରୁ ଆରମ୍ଭକରି ସାଧାରଣଜନତା ସମସ୍ତେ ସଚେତନ ହେଲେ ହିଁ ଯାଇ ଦୁର୍ନୀତି ହଠିବ ।ଏଥିପାଇଁ ଅଧିକରୁ ଅଧିକ ସଚେତନ ଲୋଡ଼ା। ଏଥିସହ ମନୁଷ୍ଯକୁ ଆର୍ଥିକ ଲୋଭ ମନୋବୃତ୍ତି ଛାଡିବାକୁ ପଡିବ। ତାହାହେଲେ ହିଁ ଯାଇ ଦେଶରୁ ଦୁର୍ନୀତି ହଟିବ ବୋଲି ଅଧକ୍ଷ ଶ୍ରୀ ପ୍ରଧାନ କହିଥିଲେ। ନାଭାଲ୍ ଅଫିସର ଡଃ ରବିନ୍ଦ୍ର କୁମାର ମିଶ୍ର ସ୍ଵାଗତ ଭାଷଣ ଦେଇଥିଲେ। ପ୍ରାଧ୍ୟାପକ ଡଃ ରବିନ୍ଦ୍ର ନାଥ ପାଳ ଛାତ୍ରୀଛାତ୍ରଙ୍କୁ ଶପଥ କରାଇଥିଲେ । ପ୍ରାଧ୍ୟାପକ ଡଃ ପୀତବାସ ପାଳ, ରେଡକ୍ରସ ଅଫିସର ପ୍ରାଧ୍ୟାପକ ବଦ୍ରି ନାରାୟଣ ପାତ୍ର, ଜାତୀୟ ସେବା ଯୋଜନା ଅଧିକାରୀ ଅଧ୍ୟାପକ ସନାତନ ବେହେରା, ହରମୋହନ ନାୟକ,ଅଧ୍ୟାପିକା ଅନିତା ମହାପାତ୍ର ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ। ଏନ୍ ସି ସି ଅଫିସର ଲେଫ୍ଟନାଣ୍ଟ ରଜନୀ କାନ୍ତ ତ୍ରିପାଠୀ ଧନ୍ୟବାଦ ପ୍ରଦାନ କରିଥିଲେ। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୩୦/୧୦/୨୦୨୧---- ୬,୫୦ Sakhigopal News,30/10/2021