ଗରିବର ସାଥି ଅନୁଷ୍ଠାନର ଦ୍ୱତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ
ସାକ୍ଷୀଗୋପାଳ ------ ସତ୍ୟବାଦୀ ବ୍ଳକର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଗରିବର ସାଥୀର ଦ୍ୱତୀୟ ବାର୍ଷିକ ଉତ୍ସବ ବକଳୁବନ ପରିସରରେ ଥିବା ଅଡିଷ୍ଟୋରିୟମରେ ପାଳିତ= ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଡ. ସିର୍ଦ୍ଧାଥ ସାହୁ, ସାହିଭାଇ ଅନୁଷ୍ଠାନର ବ୍ରଜବନ୍ଧୁ ମହାରଣା, ସଂଗୀତକାର ଜୟଶ୍ରୀ ଧଳ, ସତ୍ୟବାଦୀ ବିଧାୟକଙ୍କ ପ୍ରତିନିଧି ସୁନିଲ କୁମାର ପଣ୍ଡା,ଏସଆଇର ଆଡଭାଇଜର ବିଧାନ ଚନ୍ଦ୍ର ସାହୁ, ସାକ୍ଷୀଗୋପାଳ ମନ୍ଦିର ସେବାୟତ ବିଶ୍ୱନାଥ ମହାପାତ୍ର , ସ୍ୟାମ ସୁନ୍ଦର ମହାପାତ୍ର ପ୍ରମୁଖ ଯୋଗ ଦେଇ ଜଗନ୍ନାଥଙ୍କ ଫଟୋଚିତ୍ରରେ ପୁଷ୍ମମାଲ୍ୟ ଓ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହି ଅବସରରେ ଯୋଗ ଦେଇଥିବା ଅତିଥି ମାନେ ସେବା କ୍ଷେତ୍ରରେ ଗରିବ ସାଥୀର ସଦସ୍ୟ ମାନଙ୍କ କାର୍ଯ୍ୟକୁ ବେଶ ପ୍ରଶଂସା କରିଥିଲେ । ଏହି ଅବସରରେ ଡ.ସୁନିଲ ତରାଇ, ଡ. ପିତମ ବାଗ, ସାମ୍ବାଦିକ ଧୀରେନ୍ଦ୍ର ସେନାପତି, ବିଜୟ ମହାପାତ୍ର,
ତୁଷାର ରଞ୍ଜନ ନାୟକ ପ୍ରମୁଖ ମାନଙ୍କ ସହିତ ଅତିଥି ଓ ବିଭିନ୍ନ ଜିଲ୍ଲାରୁ ଆସିଥିବା ସ୍ୱେଚ୍ଛାସେବୀ, ଉଦ୍ୟୋଗପତି, ଶିକ୍ଷାବିତ, କଳାକାର , ସଂଗିତକାର ମାନଙ୍କୁ ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ମାନୀତ କରାଯାଇଥିଲା ।
ପରେ ପରେ ଅଭିନୟନ ଡ୍ୟାନ୍ସ ଗ୍ରୁଫ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଯୁବ ସାମ୍ବାଦିକ ବିଶ୍ୱଜିତ ପରିଡା । ଅନୁଷ୍ଠାନର ସଭାପତି ସନ୍ଧୀପ ମହପାତ୍ର ଅତିଥି ପରିଚୟ ପ୍ରଦାନ କରିବା ସହ ଧନ୍ୟବାଦ ଦେଇଥିଲେ । ଅନୁଷ୍ଠାନର ବିଭିନ୍ନ ସଦସ୍ୟ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୪/୧୦/୨୦୨୧--୯,୪୦
Sakhigopal News,24/10/2021
Sakhigopal News, 24/10/2021