ନୀଳାଚଳ କୃଷକ ମହାସଂଘ ବୈଠକ
ସାକ୍ଷୀଗୋପାଳ ----- ସତ୍ୟବାଦୀ ବ୍ଳକର ଦାସବିଦ୍ୟାଧରପୁର ପଞ୍ଚାୟତର ଭୀମପୁର ଗ୍ରାମର ଗଡଚଣ୍ଡୀ ମନ୍ଦିର ପ୍ରାଙ୍ଗଣରେ ନୀଳାଚଳ କୃଷକ ମହାସଂଘ ପକ୍ଷରୁ ଏକ ପଞ୍ଚାୟତ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ସଭାରେ ସଭାପତିତ୍ୱ କରିଥିଲେ ରାଜ କିଶୋର ସାହୁ । ଏହି ବୈଠକରେ ପିପିଲି ଓ ସତ୍ୟବାଦୀ ବ୍ଳକର ବିଭିନ୍ନ ଗ୍ରାମ ପଞ୍ଚାୟତର ଶତାଧିକ ଚାଷୀ ମାନେ ଯୋଗ ଦେଇ ଜଳନିଷ୍କାସନ ସମ୍ପର୍କରେ ଆଲେଚନା କରିଥିଲେ । ସଭାପତି ଶ୍ରୀ ମିଶ୍ର ଯୋଗ ଦେଇ କହୌିଥିଲେ ଯେ ଚାଷୀ ଏକ ହେଲେ ଚାଷ ଓ କୃଷକର କୌଣସି ସମସ୍ୟା ରହିବ ନାହିଁ । =ବିଶେଷ କରି ତେଇଶିପୁର- ନଡାଖଣ୍ଡ ଡ୍ରେନେଜ ସମ୍ପର୍କରେ ଏକ ଦାବିପତ୍ର ପୁରୀ ଜିଲ୍ଲାପାଳଙ୍କୁ ଦେବାପାଇଁ ସ୍ଥିର କରାଯାଇଛି । ଅତିଥି ଭାବେ ନୀଳାଚଳ କୃଷକ ମହାସଂଘର ରାଜ୍ୟ ସଭାପତି ଗୋପିନାଥ ମିଶ୍ର, ଉପାଧ୍ୟକ୍ଷ ନିରଞ୍ଜନ ମହାପାତ୍ର, ସତ୍ୟବାଦୀ ବ୍ଳକ ସଭାପତି ଶୁଶାନ୍ତ କୁମାର ଶତପଥି, ଫଗୁ ଚରଣ ପରିଡା, ଉଗ୍ରସେନ ବିଶ୍ୱାଳ ଓ ବୁଲା ପରିଡା ପ୍ରମୁଖ ଯୋଗ ଦେଇ ଆଲେଚନାରେ ଅଂଶ ଗ୍ରହଣ କରିଥିଲେ । = ଶେଷରେ ଧନ୍ୟବାଦ ଦେଇଥିଲେ ଭବାନୀ ଶଙ୍କର ପରିଡା ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୪/୧୦/୨୦୨୧--୯,୪୦
Sakhigopal News, 24/10/2021