ବେରବୋଇ ଗାନ୍ଧୀ ପୀଠର ଉନ୍ନତି ଓ ଡାକ୍ତର ନିଯୁକ୍ତି ଦାବୀରେ ଆମରଣ ଅନଶନ; ଦୁଇ ତାରିଖରେ କରିବ କଂଗ୍ରେସ
Death hunger strike demanding improvement of Berboi Gandhi Peetha and appointment of doctors; Congress will do it on two dates
ଡେଲାଙ୍ଗ ------ ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ବେରବୋଇ ଗାନ୍ଧୀ ପୀଠର ଉନ୍ନତି ସହିତ ପିପିଲି ଓ ଡେଲାଙ୍ଗରେ ଥିବା ଡାକ୍ତରଖାନାରେ ଖାଲି ପଡିଥିବା ଡାକ୍ତର ନିଯୁକ୍ତି ଦାବୀରେ ଆସନ୍ତା ଦୁଇ ତାରିଖରେ କଂଗ୍ରେସ ପକ୍ଷରୁ ଆମରଣ ଅନଶନ କରାଯିବ ବୋଲି ଜଣାପଡିଛି । ସୁଚନା ଯୋଗ୍ୟ ଯେ ୨୦୧୫ ମସିହାରୁ ଏକ ଗୋଟି ଦଶ ଲକ୍ଷ ଟଙ୍କା ବେରବୋଇ ଗାନ୍ଧୀ ସ୍ମୃତି ପିଠର ବିକାଶ ପାଇଁ ମଞ୍ଜୁର ହୋଇ ପଡି ରହିଛି । ପ୍ରଶାସନିକ ଅବହେଳା ଯୋଗୁ ଉକ୍ତ ପୀଠ ପାଇଁ ଆସିଥବା ଟଙ୍କା ଏବେ ପଡି ରହିଛି । ସେହିପରି ପିପିଲି ଓ ଡେଲାଙ୍ଗରେ ପ୍ରାୟ ୨୦ ରୁ ଅଧିକ ଡକ୍ତର ନାହାନ୍ତି । ସବୁଠାରୁ ବଡ ଦୁଃଖର ବିସୟ ଯେ ସ୍ତ୍ରୀ ଓ ପ୍ରସ୍ତୁତି ବିଭାଗର ଡାକ୍ତର ଡେଲାଙ୍ଗ ବା =ପିପିଲିରେ ନାହାନ୍ତି । ଯାହାକି ଅନ୍ୟଠାରେ ଚିକିତ୍ସା ପାଇଇଁ ଯିବାକୁ ପଡୁଛି । ଏ ସମ୍ପକରେ କଂଗ୍ରେସ ଦଳ ପକ୍ଷରୁ ବାରମ୍ବାର ପ୍ରଶାସନିକ ଅଧିକାରୀଙ୍କ ଠାରୁ ରାଜନେତି୍କ ନେତା ମାନଙ୍କୁ ଦାବିପତ୍ର ଦିଆଯାଇଛି । ମାତ୍ର ଡେଲାଙ୍ଗ ପ୍ରଶାସନ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି । ୨୩ା୭ା୨୦୨୧ରେ ରାଜ୍ୟ ସରକାରଙ୍କୁ ଏ ସମ୍ପକରେ ଅବଗତ =କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ୧ା୧୧ା୨୦୨୧ସୁଦ୍ଧା ଉପରୋକ୍ତ ଦାବି ଗୁଡିକ ପୁରଣ କରାନଗଲେ ୨ ତାରିଖ ଦିନ ବେରବୋଇ ସ୍ଥିତ ଗାନ୍ଧୀ ସ୍ମୃତିପୀଠ ଠାରେ ଡେଲାଙ୍ଗ ଓ ପ୍ରଦେଶ କଂଗ୍ରେସର ନେତୃ ମଣ୍ଡଳୀ ଧାରଣା ଦେବେ ବୋଲି ଜଣାପଡିଛି । ଦାବି ପୁରଣ ନ ହେଲେ ପ୍ରଥମେ ବିଶ୍ୱକେସନ ମହାପାତ୍ର ହରିଚନ୍ଦନ ବେରବୋଇ ଗାନ୍ଧୀ ପିଠରେ ୨ ତାରିଖରୁ ଦାବି ପୁରଣ ହେବା ପର୍ଯ୍ୟନ୍ତ ଆମରଣ ଅନଶନ କରିବେ ବୋଲି ଜଣାପଡିଛି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୩୧/୧୦/୨୦୨୧=---୮,୩୦
Sakhigopal, 31/10/2021