Breaking News

ଘୁମୁସର ଜିଲ୍ଲା ଦାବୀ ଆନ୍ଦୋଳନ ସଂଘର ଜରୁରୀ ବୈଠକ




ଭଞ୍ଜନଗର----- ଓକିଲ ସଙ୍ଘ ପ୍ରକୋଷ୍ଟ ରେ ସଂଘର ସଭାପତି ଙ୍କ ସଭାପତିତ୍ୱ ରେ ଏକ ଜରୁରୀ କାଳୀନ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ସଭାପତି ଙ୍କ ସହ ବରିଷ୍ଠ ଆଇନଜୀବୀ ସୋମନାଥ ନାୟକ, ଦଣ୍ଡପାଣି ସ୍ବାଇଁ, ପ୍ରମୋଦ ପ୍ରଧାନ, ସାମ୍ବାଦିକ ସଂଘ ସଭାପତି ଜୟକୃଷ୍ଣ ପଟ୍ଟନାୟକ, ଜର୍ଜ ତିଆଡ଼ି କବି ପ୍ରଶାନ୍ତ ମହାନ୍ତି, ଗୋପାଳ କୃଷ୍ଣ ବିଷୋୟୀ ପ୍ରମୁଖ ଆଲୋଚନା ରେ ଭାଗ ନେଇଥିଲେ । ଏହି ଆନ୍ଦୋଳନର ଆଇନ ଗତ ଦିଗ ଉପରେ ମୁଖ୍ୟତଃ ଆଲୋଚନା ହୋଇଥିଲା।  ଏହି ଜିଲ୍ଲା ଦାବୀ ର ଯଥାର୍ଥତା ଉପରେ ସଂଗୃହୀତ ସମସ୍ତ କାଗଜାତ ଗୁଡିକୁ ଅନୁଧ୍ୟାନ କରିବାକୁ ଶ୍ରୀଯୁକ୍ତ ନାୟକଙ୍କୁ ଦାୟିତ୍ୱ ଦିଆ ଗଲା । ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ଆରୁଖ ମହୋଦୟ ଙ୍କୁ ତାଙ୍କର ଆସନ୍ତା ଭଞ୍ଜନଗର ଗସ୍ତ ସମୟରେ ଏକ ପ୍ରତିନିଧି ଦଳ ଦେଖା କରି ଏ ଦିଗରେ ସରକାରଙ୍କ ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିବାକୁ ସ୍ଥିର ହୋଇଥିଲା । ତାସଙ୍ଗକୁଘୁମୁସରସବ ଡିଭିଜନ ର ସମସ୍ତ ଐତିହାସିକ ଗବେଷକ ସାହିତ୍ୟିକ ତଥା ଉତ୍ସାହି ବ୍ୟକ୍ତି ବିଶେଷଙ୍କୁ ଏ ଆନ୍ଦୋଳନ ରେ ଯୋଗ ଦେବା ପାଇଁ ଅନୁରୋଧ କରାଯାଇଛି । ନିକଟରେ ଐତିହାସିକ ବନ୍ଧୁ ମାନେ ଭଞ୍ଜନଗର ମହାବିଦ୍ୟାଳୟ ରେ ଘୁମୁସର ଇତିହାସ ଉପରେ ଏକ ସଂକଳନ ପ୍ରକାଶ କରିବାକୁ ଯାଉଥିବାରୁ ତାଙ୍କୁ ସ୍ୱାଗତ କରାଯାଇଛି ।  ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୮/୧୦/୨୦୨୧--୯,୫୦  Sakhigopal News,28/10/2021

Blog Archive

Popular Posts