Breaking News

ସେଞ୍ଚୁରୀୟାନ ବିଶ୍ୱବିଦ୍ୟାଳୟ ଅର୍ଥ ଆତ୍ମସାତ ଘଟଣାରେ ଜଣେ ଗିରଫ

Centurion University arrested for money laundering


ଜଟଣୀ -ସେଞ୍ଚୁରୀୟାନ ବିଶ୍ୱବିଦ୍ୟାଳୟ ଅର୍ଥ ଆତ୍ମସାତ ଘଟଣାରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।  ସୂଚନା ଅନୁସାରେ ବିଶ୍ୱବିଦ୍ୟାଳୟର ପୂର୍ବତନ ମୁଖ୍ୟ ଅର୍ଥ ଅଧିକାରୀ ହିମାଂଶୁ କବି ଚତୁରତାର ସହିତ ବିଭିନ୍ନ କାରଣ ଦର୍ଶାଇ ଭିନ୍ନ ଭିନ୍ନ ଆକାଉଣ୍ଟକୁ ୧କୋଟି ୨0 ଲକ୍ଷ ଟଙ୍କା ଟ୍ରାନ୍ସଫର କରି ସରକାରୀ ଟଙ୍କାକୁ ହେରଫେର କରିଥିବା ଜଣାପଡ଼ିଥିଲା ।  ବିଶ୍ୱବିଦ୍ୟାଳୟର କାର୍ଯ୍ୟରତ ସିନିୟର ମ୍ୟାନେଜର ଚିତ୍ତରଞ୍ଜନ ପଟ୍ଟନାୟକ ଚଳିତ ବର୍ଷ ଜାନୁଆରୀ ମାସ ୮ ତାରିଖରେ ଜଟଣୀ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଏହି ଘଟଣା ଜାଣିପାରିବା ପରେ ଅଭିଯୁକ୍ତ ହିମାଂଶୁ କବି ଫେରାର ଥିଲେ । ଜଟଣୀ ପୋଲିସ ବିଶ୍ୱବିଦ୍ୟାଳୟର ଅଭିଯୋଗ ପରେ ଘଟଣାର ତଦନ୍ତ ଚଳାଇଥିଲେ । ସୂଚନା ମୁତାବକ ଗତ ୩0 ତାରିଖ ରାତ୍ରରେ ବିଶେଷ ସୂତ୍ରରୁ ଖବର ପାଇ ଜଟଣୀ ପୋଲିସ ଅଭିଯୁକ୍ତ ହିମାଂଶୁ କବିକୁ କଲିକତାରୁ ଗିରଫ କରିବାରେ ସଫଳ ହୋଇପାରିଥିଲେ । ଏହି ଘଟଣାରେ ଆଉ କାହାର ସମ୍ପୃକ୍ତି ଅଛି ତାହା ଜାଣିବାପାଇଁ ଅଧିକ ତଦନ୍ତ କରୁଛି ପୋଲିସ ।
ଜଟଣୀ --ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୩୧/୧୦/୨୦୨୧-----୯,୨୦
 Sakhigopal News ,31/10/2021

Blog Archive

Popular Posts