Breaking News

କ୍ଷେତମୁଣ୍ଡଳି ଗ୍ରାମ ଠାରେ ଶହୀଦ ଦିବସ ପାଳିତ


ଭଞ୍ଜନଗର -ତାରସିଂ ଥାନା ଅନ୍ତର୍ଗତ କ୍ଷେତମୁଣ୍ଡାଳି ଗ୍ରାମରେ ଥିବା ଶହୀଦ ସୁବାଷ ଚନ୍ଦ୍ର ପ୍ରଧାନଙ୍କ ପ୍ରତିମୂର୍ତ୍ତି ସ୍ଥଳରେ ସିଆଇଏସଏଫ ୟୁନିଟ ଭବନେଶ୍ବର ତରଫରୁ ଶହୀଦ ଦିବସ ପାଳିତ ହେଇଯାଇଛି । ଏହି କାର୍ଯ୍ୟକ୍ରମକୁ ତାରସିଂ ଥାନା ସହଯୋଗ ଓ ସିଆଇଏସଏଫର କମାଣ୍ଡେଣ୍ଟ୍ ଶ୍ରୀ ରାମ ଙ୍କ ନେତୃତରେ କରାଯାଇଥିଲା । ଖବର ନେବାରେ ଶହୀଦ ସୁବାଷଙ୍କ କାଯ୍ୟକ୍ରମକୁ ନେଇ ସୁବାଷଙ୍କ ତୈଳଚିତ୍ରକୁ ଧରି ଗ୍ରାମ ପରିକ୍ରମା କରିଥିଲେ । ସୁବାଷଙ୍କ ପ୍ରତିମୂର୍ତ୍ତି ଠାରେ ପହଞ୍ଚି ପ୍ରତିମୃତ୍ତି ରେ ପୁଷ୍ପାମାଳ୍ୟ ଅର୍ପଣ କରିବା ପରେ ଏକ ସଭାକାର୍ଯ୍ୟ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଶହୀଦ ସୁବାଷ ଙ୍କ ପୁଅ ନାରାୟଣ ପ୍ରଧାନ , ଧର୍ମପତ୍ନୀ ସରସ୍ବତୀ ପ୍ରଧାନ ଓ ପରିବାର ବର୍ଗଙ୍କ ସମେତ ସିଆଇଏସଏଫର ଇନ୍ସପେକ୍ଟର ଶିଶିର କାନ୍ତ ବେହେରା ତାରସିଂ ଥାନା ଏସଆଇ ସୁବାଷ ଚନ୍ଦ୍ର ମଲ୍ଲିକ, ଏଏସଆଇ ବସନ୍ତ କୁମାର ମିଶ୍ର ଉପସ୍ଥିତ ରହି ଶହୀଦ ସୁବାଷଙ୍କ କାଯ୍ୟଦକ୍ଷତା ଉପରେ ଆଲେଚନା କରିଥିଲେ । ଶହୀଦ ସୁବାଷ ଜଣେ  ସିଆଇଏସଏଫର  ଦକ୍ଷ ଏସଆଇ ଭାବେ  ସୁନାମ ଅର୍ଜନ କରିଥିଲେ । ସୁବାଷ ୨୦୦୯ରେ ନାଲକେ ଦାମନଯୋଡି ଅଞ୍ଚଳରେ ମାଓବାଦୀ --ସିଆଇଏସଏଫ ସହତି ୬ଘଣ୍ଟ ଲଢେଇ ପରେ ମାଓବାଦୀ ଗୁଳିରେ ସୁବାଷ ଶହୀଦ ହୋଇଥିଲେ । ଏହାକୁ ମନ ପକାଇବା ପାଇଁ ଶହୀଦ ଦିବସ ପ୍ରତ୍ୟେକ ବର୍ଷ ପରି ଏହି ବର୍ଷ ମଧ୍ୟ ପାଳିତ କରାଯାଇଥିଲା ।ଏହି କାର୍ଯ୍ୟକ୍ରମକୁ ସିଆଇଏସଏଫର କନେଷ୍ଟବଳ ଏସ,କେ ତ୍ରିପାଠୀ,ଏସ,କେ ଷଢଙ୍ଗୀ  ସହଯୋଗ କରିଥିଲେ ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ, ୨୧/୧୦/୨୦୨୧----- ୮,୨୦
 Sakhigopal News,21/10/2021

Popular Posts