Breaking News

ସାକ୍ଷୀଗୋପାଳ ବ୍ୟବସାୟୀ ସଂଘ ରେଳ ଓଭରବ୍ରିଜ ନିର୍ମାଣକୁ ବିରୋଧ; ତହସିଲ କାର୍ଯ୍ୟାଳୟ ଅଗାରେ ଗଣଧାରଣା


=


ସାକ୍ଷୀଗୋପାଳ---- ସାକ୍ଷୀଗୋପାଳ ବଜାର ମଧ୍ୟରେ ନିର୍ମାଣ ହେବାକୁ ଯାଉଥିବା ରେଳୱେ ଓଭରବ୍ରିଜ ନିର୍ମାଣକୁ  ସାକ୍ଷୀଗୋପାଳ ବଡବଜାର ବ୍ୟବସାୟୀ ସଂଘ ଏହାକୁ ବିରୋଧ କରିଛି ।  ସାକ୍ଷୀଗୋପାଳ ବଜାର ସଂଘର ପୂର୍ବ ନିଷ୍ପତି କ୍ରମେ ମାସର ଶେଷ ଗୁରୁବାର ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ଗୁଡିକ ବନ୍ଦ ରହିଥାଏ ଏଣୁ ସମସ୍ତ ବ୍ୟବସାୟୀ ମାନେ ଏକତିତ୍ର ହୋଇ  ସାକ୍ଷୀଗୋପାଳ ବଜାରରୁ ଏକ ପଟୁଆରରେ ତହସିଲ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲେ । ସେଠାରେ ତହସିଲ କାର୍ଯ୍ୟାଳୟର ମୁଖ୍ୟ ଗେଟ ଆଗରେ ଧାରଣା ଦେଇ ଶାନ୍ତିଶୃଙ୍ଖଳାର ସହିତ ପ୍ରତିବାଦ ସଭା କରିଥିଲେ । ଏହି ସଭାରେ ସଭାପତିତ୍ୱ କରିଥିଲେ ବ୍ୟବସାୟୀ ସଂଘର ସଭାପତି ବୀରେନ୍ଦ୍ର ଭୂଷଣ ହୋତା ।  ଆଇନଜୀବୀ ତଥା ନୀଳାଚଳ କୃଷକ ମହାସଂଘର ରାଜ୍ୟ ସଭାପତି ଗୋପିନାଥ ମିଶ୍ର, ନୃସିଂହ ମିଶ୍ର,ପୂର୍ବତନ ସରପଞ୍ଚ ଦେବେନ୍ଦ୍ର ମହାପାତ୍ର, ସମ୍ପାଦକ କୃଷ୍ଣଚନ୍ଦ୍ର ସାହୁ, ଉପସଭାପତି ଶଙ୍କର ପ୍ରଧାନ, ସହ ସମ୍ପାଦକ ବିଷ୍ଣ ପ୍ରସାଦ ମିଶ୍ରଙ୍କ ସହିତ ଶତାଧିକ ବ୍ୟବସାୟୀ  ପ୍ରମୁଖ ଯୋଗଦେଇ ଓଭରବ୍ରିଜ ନିର୍ମାଣକୁ ବିରୋଧ କରିଥିଲେ । ବ୍ୟବସାୟୀ ସଂଘ ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦ୍ୟେଶରେ ଏକ ଦାବିପତ୍ର ସତ୍ୟବାଦୀ ତହସିଲଦାରଙ୍କ ଜରିଆରେ ପ୍ରଦାନ କରାଯାଇଥିଲା ।  ଅନ୍ୟ ପକ୍ଷେ ଏହି ଓଭରବ୍ରିଜ ନିର୍ମାଣକୁ ଅନେକ ଦିନ ଧରି ଜନସାଧାରଣଙ୍କ ଠାରୁ ବିଭିନ୍ନ ସଂଘଠନ ଦାବି କରି ଆସୁଛନ୍ତି । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ଜଣେ ରେଳ ଅଧିକାରିଙ୍କ ଠାରୁ ସୁଚନା ମିଳିଛି । ବହୁଶିଘ୍ର ଓଭରବ୍ରିଜ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ଜଣାପଡିଛି ।ସତ୍ୟବାଦୀ ଥାନା ଆଇଆଇସି ଦେବୀ ପ୍ରସାଦ ପାତ୍ର ଫୋର୍ସ ସହିତ ଘଟଣାସ୍ଥଳରେ ଉପସ୍ଥିତ ରହିଥିଲେ । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୮/୧୦/୨୦୨୧---୮ .୦୫  

 Sakhigopal News, 28/10/2021

Blog Archive

Popular Posts