Breaking News

ରଶି ଲଗାଇ ବୁଦ୍ଧଙ୍କ ଆତ୍ମହତ୍ୟା

Buddha commits suicide by hanging himself
 ଭଞ୍ଜନଗର-- ଜଣେ ୫୪ବର୍ଷିଆ ବୁଦ୍ଧ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ଏମିତିଏକ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ତାରସିଂ ଥାନା ଅନ୍ତର୍ଗତ ତିଳିସିଙ୍ଗି ପଞ୍ଚାୟତରେ ଥିବା ଅରଙ୍ଗପାରି ଗ୍ରାମରେ । ଜୟଦେବ ପ୍ରଧାନଙ୍କ ପୁଅ-ବିଷ୍ଟୁ ପ୍ରସାଦ ପ୍ରଧାନ ୫୪ବର୍ଷ ଆତ୍ମହତ୍ୟା କରିଛନ୍ତି। ଖବର ନେବାରେ ବିଷ୍ଟୁ ପ୍ରତ୍ୟେକ ଦିନ ନିଶା ସେବନ କରି ରହୁଥିବା ବେଳେ ଏହାକୁ ନେଇ ପରିବାରରେ ଅଶାନ୍ତି ଲଗିରହିଥିଲା ।ଏହି ଘଟଣାକୁ ନେଇ ବିଷ୍ଟୁ  ମାନସିକ ଦୁଷ୍ଟି ହରାଇ ଶୁକ୍ରବାର ରାତ୍ରରେ ଉଲୁଦଣ୍ଡରାଇପଲ୍ଲୀରେ ଥିବା ଆମ୍ବ ଗଛରେ ରଶି ଲଗାଇ ଝୁଲି ପଢିଥିଲେ ।ଶନିବାର ସକାଳୁ ଉକ୍ତ ଗ୍ରାମର କିଛି ଲୋକ ସେହି ରାସ୍ତା ଦେଇ ଯାଉଥିବା ବେଳେ ଆମ୍ବଗଛରେ ବିଷ୍ଟୁି ମୃତ ଦେହ ଝୁଲୁଥିବାର ଦେଖ ବିଷ୍ଟୁର ପରିବାର ଲୋକଙ୍କୁ ଖବର ଦେବା ପରେ ପରିବାର ଘଟଣାସ୍ଥଳରେ ପହଞ୍ଚଥିଲେ । ପରିବାର ଙ୍କ ପକ୍ଷରୁ ତାରସିଂ ପୁଲିସକୁ ଖବର ଦିଆଯାଇଥିଲା । ତାରସିଂ ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ତଦନ୍ତକରି ଭଞ୍ଜନଗର ବ୍ୟବଛେଦ ପାଇଁ ପଠାଇଥିବା ଜଣାପଡିଛି ।ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ଏହି ଘଟଣାକୁ ନେଇ ତାରସିଂ ଥାନା କେସନଂ ୨୦/୨୧ରେ ଅପମୃତ୍ୟୁ ମାମଲା ରୁଜୁ ହେଇଥିବା ତଦନ୍ତକାରୀ ଅଧିକାରୀ ବସନ୍ତ କୁମାର ମିଶ୍ର କହିଛନ୍ତି ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୩୦/୧୦/୨୦୨୧----୭,୧୦ 
Sakhigopal News, 30/10/2021

Blog Archive

Popular Posts