ଆଇ ଆଇ ଟିର ୧୦ମ ବାର୍ଷିକୋ ସମାବର୍ତନ ଉତ୍ସବ
ଜଟଣୀ----- କିଛି ପରିବର୍ତନ ଚାହୁଁଛ ଯଦି ତେବେ ସମାଜ ମଙ୍ଗଳକାରୀ କାର୍ଯ୍ୟର ଉଦାହରଣ ସୃଷ୍ଟିକର । କେବଳ କଥାରେ ନୁହେଁ ଏହାକୁ କାର୍ଯ୍ୟରେ ପରିଣତ କରିପାରିବା ହେଉଛି ପକୃତ ଡିଗ୍ରୀ ବୋଲି ଇଣ୍ଡିଆନ ଇନିଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି(ଆଇଆଇଟି)ର ୧୦ମ ବାର୍ଷିକୋ ସମାବର୍ତନ ଉତ୍ସବରେ ମୂଖ୍ୟ ଅତିଥୀଭାବେ ଯୋଗଦେଇ ଇନଫୋସିସର ପ୍ରତିଷ୍ଠାତା ଏନ୍.ଆର. ନାରାୟଣ ମୂର୍ତି ଭର୍ଚୁଆଲ ମୋଡରେ ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇିଥିଲେ । ଏହି ଅବସରରେ ଆଇଆଇଟିର ୫୫୯ ଜଣ ଛାତ୍ରଛାତ୍ରୀମାନଙ୍କୁ ଡିଗ୍ରୀ ପ୍ରଦାନ କରାଯାଇଥିଲା । ଚଳିତବର୍ଷ ବିଟେକ କମ୍ପ୍ୟୁଟର ସାଇନ୍ସ ଓ ଇଜିଂନିୟରିଂରେ ଶ୍ରେଷ୍ଠତ୍ୱ ପ୍ରଦର୍ଶନ କରିଥିବା ଛାତ୍ର ଦିନେଶ ମହାନ୍ତୀଙ୍କୁ ରାଷ୍ଟ୍ରପତି ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯାଇଥିଲା । ସେହିପରି ଡୁଆଲ ଡିଗ୍ରୀ ହାସଲ କରିଥିବା ଶିବମ ହୋଣ୍ଡା, ଏମ୍ଟେକରେ ଶାଶ୍ୱତ କୁମାର ପଣ୍ଡା ଏବଂ ଏମଏସସିରେ ହିତେଶ ଗୁପ୍ତା ପ୍ରଭୃତିଙ୍କୁ ମଞ୍ଚରେ ଆଇଆଇଟିର ନିର୍ଦ୍ଧେଶକ ଆର.ଭି ରାଜାକୁମାର ସ୍ୱର୍ଣ୍ଣ ପଦକରେ ସମ୍ବର୍ଦ୍ଧିତ କରିଥିଲେ । ଏଥିରେ ୩୫ଜଣ ପିଏଚଡି,୧୫୩ଜଣ ଏମ୍ଟେକ୍,୭୯ଏମ୍ଏସ୍ସି,୨୫୬ଜଣ ବିଟେକ୍ ସହିତ ୩୬ଜଣ ଡୁଆଲ ଡିଗ୍ରୀଧାରୀ ଅନ୍ତର୍ଭୂକ୍ତ ରହିଥିଲେ । ଏହି କ୍ରମରେ ବିଟେକ୍ରେ ୫ଜଣ, ଏମ୍ଟେକ୍ରେ ୭ଜଣ ଏବଂ ଏମ୍ଏସ୍ସିରେ ୫ଜଣ ସମେତ ମୋଟ ୧୭ ଜଣ ଛାତ୍ରଛାତ୍ରୀମାନଙ୍କୁ ରୈାପ୍ୟ ପଦକରେ ସମ୍ମାନୀତ କରାଯାଇଥିଲା । ବୋର୍ଡ ଅଫ ଗଭର୍ଣ୍ଣସର ଅଧ୍ୟକ୍ଷ ଡ. ରାଜେନ୍ଦ୍ର ପ୍ରସାଦ ସିଂଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆଇଆଇଟିର ନିର୍ଦ୍ଧେଶକ ପ୍ରଫେସର ଆର.ଭି ରାଜା କୁମାର ବାର୍ଷିକ ବିବରଣୀ ପାଠ କରିଥିଲେ । ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିର୍ପୋଟ, ୨୦/୧୦/୨୦୨୧
Sakhigopal News, 20/10/2021
=