ଗ୍ରାମୀଣ ଆଇନ ସଚେତନତା ଶିବିର ଅନୁଷ୍ଠିତ
ସାକ୍ଷୀଗୋପାଳ ------ ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ବଳପୁର ଠାରେ ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶ କ୍ରମେ ପୁରୀ ଜିଲ୍ଲା ଆଇନ ସେବାପ୍ରାଧିକରଣ ସଚ୍ଚିବ ଅମରେଶ ମହାପାତ୍ର ଗ୍ରାମୀଣ ଆଇନ ସଚେତନତା ଶିବିରକୁ ଉଦଘାଟନ କରିଥିଲେ । ସ୍ୱାଧୀନତାର ୭୫ ବର୍ଷ ଅବସରରେ ଆଜାଦିକା ଅମୃତ ମହୋତ୍ସବପାଳନ ଅବସରରେ ଆଇନ ସଚେତନତା କରାଯାଇଥିଲା । ମହିଳା ମାନଙ୍କର ସମଗ୍ରିକ ବିକାଶ ବିନା ଦେଶର ବିକାର ହୋଇ ପାରିବ ନାହିଁ ।ମହିଳା, ଶିଶୁ, ବୃଦ୍ଧା, ଭିନ୍ନକ୍ଷମ, କିନ୍ନର, ବରିଷ୍ଠନାଗରିକ ମାନଙ୍କୁ ମାଗଣାରେ ଆଇନ ସେବା ଯୋଗାଇ ଦେବା ପାଇଁ ପ୍ରତି ବ୍ଳକରେ ଏକ କାର୍ଯ୍ୟାଳୟ ଖୋଲାଯାଇଛି ବୋଲି ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚ୍ଚିବ ଶ୍ରୀ ମହାପାତ୍ର କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସ୍ଥାନୀୟ ସରପଞ୍ଚ ତ୍ରିପାଥ ମହାପାତ୍ର, ଆଇନଜୀବୀ ଶୁଶାନ୍ତ କୁମାର ମିଶ୍ର, ଉପେନ୍ଦ୍ର ବିଶ୍ୱାଳ, ମହିଳାନେତ୍ରୀ ଲକ୍ଷ୍ମୀପିୟା ଦାଶ ପ୍ରମୁଖ ଯୋଗ ଦେଇଥିଲେ । ଶତାଧିକ ମହିଳା ଏହି ଶିବିରରେ ଯୋଗ ଦେଇ ଆଲେଚନାରେ ଭାଗ ନେଇଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୪/୧୦/୨୦୨୧--୯,୨୦
Sakhigopal News, 24/10/2021