ବାହାଘରର ତିନି ମାସ ପରେ ଅଧିକ ଯୌତୁକ ଦାବି ; ନବ ବିବାହିତ ଥାନାରେ କଲେ ଅଭିଯୋଗ =
ସାକ୍ଷୀଗୋପାଳ---- ସତ୍ୟବାଦୀ ଥାନା ଅନ୍ତର୍ଗତ ଶୁକଳ ଗ୍ରାମର ଲକ୍ଷ୍ମୀପିୟା ମହାନ୍ତି ୧୩/୭/୨୦୨୧ରେ ନୟାଗଡ ଜିଲ୍ଲାର ଚାନ୍ଦପୁର ଥାନା ଅନ୍ତର୍ଗତ ଚମ୍ପାଗଡ ଗ୍ରାମର ସୁନିଲ କୁମାର ମହାନ୍ତିଙ୍କୁ ବୈଦୀକ ନିତି ଅନୁଯାୟୀ ବାହାଘର ହୋଇଥିଲା । ବାହାଘର ସମୟରେ କଥା ଅନୁସାରେ ସମସ୍ତ ଆସବପତ୍ର ସହିତ ସୁନା, ରୂପା ବାସନ କୁସନ ଓ ଟଙ୍କା ପ୍ରଦାନ କରାଯାଇଥିଲା । ବାହାଘରର ତିନି ମାସପରେ ଅଧିକ ଯୌତୁକ ଦାବି କରି ଲକ୍ଷ୍ମୀପିୟା ଉପରେ ସ୍ୱାମି ସୁନିଲ ଓ ତାଙ୍କ ପରିବାର ଲୋକମାନେ ମାନସିକ ଓ ଶାରିରିକ ନିର୍ଯ୍ୟାତନା ଦେଉଛନ୍ତି ବୋଲି ସତ୍ୟବାଦୀ ଥାନାରେ ଲିଖତ ଅଭିଯୋଗ କରିଥିବା ଥାନା ଆଇଆଇସି ଦେବୀ ପ୍ରସାଦ ପାତ୍ରଙ୍କ ଠାରୁ ସୁଚନା ମିଳିଛି । ଏ ନେଇ ସତ୍ୟବାଦୀ ଥାନାରେ ୪୧୯/୨୧ରେ ଏକ କେସରୁଜ କରି ସତ୍ୟବାଦୀ ଥାନା ତଦନ୍ତ ଜାରି ରଖିଛନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୭/୧୦/୨୦୨୧---୫,୪୦
Sakhigopal News, 27/10/2021