ଖୋର୍ଦ୍ଧା ରୋଡ୍ ରେଳ ମଣ୍ଡଳ ଦ୍ଵାରା “ରାଷ୍ଟ୍ରୀୟ ଏକତା ଦିବସ” ପାଳନ
"National Unity Day" is celebrated by the Khordha Road Railway Zone
ଜଟଣୀ ---ସର୍ଦ୍ଦାର ବଲ୍ଭଭ ଭାଇ ପଟେଲଙ୍କର ଜନ୍ମ ବାର୍ଷିକୀ ଉପଲକ୍ଷେ ଖୋର୍ଦ୍ଧା ରୋଡ୍ ମଣ୍ଡଳ ଦ୍ୱାରା “ରାଷ୍ଟ୍ରୀୟ ଏକତା ଦିବସ”ପାଳିତ ହୋଇଯାଇଛି । ଜାତିର ଏକତା, ଅଖଣ୍ଡତା ଏବଂ ନିରାପତ୍ତାକୁ ସୁଦୃଢ କରିବା ପାଇଁ ଆମର ପ୍ରତିବଦ୍ଧତାକୁ ବିକାଶ ଏବଂ ମଜଭୁତ କରିବା ପାଇଁ ଏକ ସୁଯୋଗ । ଏହି ବର୍ଷ ଦେଶ “ଆଜାଦୀ କା ଅମୃତ ମହୋତ୍ସବ” ପାଳନ କରୁଛି । ସ୍ୱାଧୀନତାର 75 ବର୍ଷ ତଥା ଆମ ଲୋକମାନଙ୍କର ଗୈାରବମୟ ଇତିହାସ, ସଂସ୍କୃତି ଏବଂ ସଫଳତାକୁ ସ୍ମରଣ କରିବା ପାଇଁ ଏକ ପଦକ୍ଷେପ। ଏହି ଅବସର ରେ, ସମନ୍ୱୟ ଏବଂ ଜାତୀୟ ଏକୀକରଣ ବାର୍ତ୍ତା ବିସ୍ତାର କରିବା ପାଇଁ, ରେଳ ସୁରକ୍ଷା ବଳ (ଆରପିଏଫ), ଭରତ ସ୍କାଉଟ୍ସ ଆଣ୍ଡ ଗାଇଡ୍, ମଣ୍ଡଳ ର ଅଧିକାରୀ ଏବଂ କର୍ମଚାରୀ ଦ୍ଵାରା, ଖୋର୍ଦ୍ଧା ରୋଡ୍ ରେଳ ଷ୍ଟେସନରୁ ଡିଭିଜନାଲ ରେଳ ମ୍ୟାନେଜରଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ୟୁନିଟି ରନ୍ ଆୟୋଜନ କରାଯାଇଥିଲା। ଆରପିଏଫ୍, ଭାରତ ସ୍କାଉଟ୍ସ ଆଣ୍ଡ ଗାଇଡ୍, ଅଧିକାରୀ ଏବଂ କର୍ମଚାରୀଙ୍କ ଦ୍ୱାରା ଏକତା ଦିବସ ପ୍ରତିଶ୍ରୁତି ପରିଚାଳିତ ହୋଇଥିଲା | ଏହି କାର୍ଯ୍ୟକ୍ରମରେ ସହକାରୀ ସୁରକ୍ଷା କମିଶନର, କଟକ, ଶ୍ରୀ ଏସ. କେ. ଦାସ , ସହକାରୀ ସୁରକ୍ଷା କମିଶନର, ଖୋର୍ଦ୍ଧା ରୋଡ୍, ଶ୍ରୀ ଏସ.କେ.ସି°ହ ଏବ° ସହକାରୀ କାର୍ମିକ ଅଧିକାରୀ ଶ୍ରୀ ବି.ଭି. ଅପା ରାଓ ଅନ୍ୟମାନଙ୍କ ସହିତ ଉପସ୍ଥିତ ଥିଲେ।

ଜଟଣୀ --ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୩୧/୧୦/୨୦୨୧----୧୦,୦୦ Sakhigopal News 31/10/2021