Breaking News

ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ ଦ୍ଵାରା ମହାତ୍ମା ଗାନ୍ଧୀଙ୍କର ୧୫୨ ତମ ଜନ୍ମ ବାର୍ଷିକୀ ଉପଲକ୍ଷେ “ସର୍ବ ଧର୍ମ ପ୍ରାର୍ଥନା


ଜଟଣୀ -ମହାତ୍ମା ଗାନ୍ଧୀଜୀଙ୍କର ୧୫୨ ତମ ଜନ୍ମ ବାର୍ଷିକୀ ଅବସରରେ ଇଷ୍ଟ କୋଷ୍ଟ ରେଲୱେ ସ୍ପୋର୍ଟସ୍ ଆସୋସିଏସନ୍ ଖୋର୍ଦ୍ଧା ରୋଡ଼ , ପୂର୍ବ ତଟ ରେଳବାଇ ଭାରତ ସ୍କାଉଟ୍ସ ଆଣ୍ଡ ଗାଇଡ୍, ଖୋର୍ଦ୍ଧା ରୋଡ଼ଙ୍କ ସମନ୍ୱୟରେ ରେଳ ଷ୍ଟାଡିୟମରେ ଏକ “ସର୍ବ ଧର୍ମ ପ୍ରାର୍ଥନା” କରାଯାଇଥିଲା। ଲକ୍ଷ୍ୟ ହେଉଛି ଭାରତର ମହାନ ସ୍ୱାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ଏବଂ ମହାତ୍ମା ଗାନ୍ଧୀଙ୍କ ଦ୍ୱାରା ସ୍ଥାପିତ ନୀତିକୁ ମନେ ରଖିବା। 
ଏହି ଅବସରରେ ଖୋର୍ଦ୍ଧା ରୋଡ଼ ମଣ୍ଡଳ ର ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ଅପରେସନ୍) ଶ୍ରୀ ଅଶୋକ କୁମାର, ଅନ୍ୟ ଶାଖା ଅଧିକାରୀଙ୍କ ସହ ମହାତ୍ମା ଗାନ୍ଧୀଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହି ଅବସରରେ ଶ୍ରୀ ଅଶୋକ କୁମାର କହିଛନ୍ତି ଯେ ସମସ୍ତେ ଏହି ମହାନ ବ୍ୟକ୍ତିତ୍ୱଙ୍କ ଦ୍ୱାରା ସ୍ଥାପିତ ନୀତିଗୁଡିକ ଅର୍ଥାତ୍ ସତ୍ୟ, ଅହିଂସା, ସର୍ବୋଦୟ ଏବଂ ସତ୍ୟାଗ୍ରହ ଅନୁସରଣ କରିବା ଉଚିତ୍ । ସ୍ୱାଧୀନତାର ୭୫ ବର୍ଷ ପୂରଣ ହେବା ଅବସରରେ, “ଆଜାଦୀ କା ଅମୃତ ମହୋତ୍ସବ” ର ଏକ ଅଂଶ ଭାବରେ, ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ, କ୍ରୀଡା ଅଧିକାରୀ ତଥା  ସିନିୟର ଡିଭିଜନାଲ କମର୍ସିଆଲ୍ ମ୍ୟାନେଜର ଖୋର୍ଦ୍ଧା ରୋଡ଼, ଶ୍ରୀ ଅମିତେଶ ଆନନ୍ଦଙ୍କ ମାର୍ଗଦର୍ଶନରେ “ଫିଟ୍ ଇଣ୍ଡିଆ ଫ୍ରିଡମ୍ ରନ୍ 2.O”, 13 ଅଗଷ୍ଟ 2021 ରୁ 2 ଅକ୍ଟୋବର 2021 ପର୍ଯ୍ୟନ୍ତ ପାଳନ କରିଛି।  ଏହି ସମୟରେ ମଣ୍ଡଳ ର ସମସ୍ତ ବିଭାଗର କର୍ମଚାରୀଙ୍କ ଦ୍ଵାରା ବିଭିନ୍ନ ଶାରୀରିକ କାର୍ଯ୍ୟକଳାପ ଏବଂ ଫିଟନେସ୍ ରନ୍ କ୍ରୀଡା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଲକ୍ଷ୍ୟ ହେଉଛି ନିଜକୁ ଫିଟ୍ ରଖିବା ଏବଂ ସାଧାରଣ ଜନତାଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା । 
୨ ଅକ୍ଟୋବର ୨୦୨୧ ଅର୍ଥାତ୍ ଫିଟ୍ ଇଣ୍ଡିଆ ଫ୍ରିଡମ୍ ରନ୍ 2.O ର ଶେଷ ଦିନରେ, ଇଷ୍ଟକୋଷ୍ଟ ରେଳ ସ୍ପୋର୍ଟସ୍ ଆସୋସିଏସନ୍ (ECORSA) ଦ୍ଵାରା, ରେଳ ଷ୍ଟାଡିୟମରୁ ଖୋର୍ଦ୍ଧା ରୋଡ଼ ରେଳ ଷ୍ଟେସନ ପର୍ଯ୍ୟନ୍ତ ଏକ “ଫିଟନେସ୍ ରନ୍” ଆୟୋଜନ କରାଯାଇଥିଲା | ଏହି ଫିଟନେସ୍ ରନ ଶ୍ରୀ ଅଶୋକ କୁମାର, ଏଡିଆରଏମ୍ (ଓପି), ଶାଖା ଅଧିକାରୀ, ସ୍କାଉଟ୍ସ ଆଣ୍ଡ ଗାଇଡ୍, କ୍ରୀଡା ବ୍ୟକ୍ତି ଏବଂ ଖୋର୍ଦ୍ଧା ରୋଡ଼ ମଣ୍ଡଳ ର କର୍ମଚାରୀମାନେ ଅଂଶଗ୍ରହଣ କରିଛନ୍ତି। ଉତ୍ସବର ଏକ ଅଂଶ ଭାବରେ ରେଳ ଷ୍ଟାଡିୟମରେ, ଇଷ୍ଟକୋଷ୍ଟ ରେଳ ସ୍ପୋର୍ଟସ ଆସୋସିଏସନ ଏବଂ ଫୁଟବଲ ଆସୋସିଏସନ ଅଫ ଓଡ଼ିଶା ମଧ୍ୟରେ ଏକ ପ୍ରଦର୍ଶନୀ ଫୁଟବଲ ମ୍ୟାଚ୍ ଅନୁଷ୍ଠିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ମଣ୍ଡଳର କ୍ରୀଡ଼ା ସଚିବ ଏମ ଡି.ଜାକିରୁଦ୍ଦିନ ସଂଯୋଜନା କରିଥିଲେ।

ଜଟଣୀ --ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୩/୧୦/୨୦୨୧-----୬,୦୦
 Sakhigopal News, 3/10/2021

Blog Archive

Popular Posts