Breaking News

ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟ ରେ ଅନଲାଇନ ପରୀକ୍ଷା ଦାବି

 

ଓଡ଼ଗାଁ:- ଉଚ୍ଚଶିକ୍ଷା ବିଭାଗ , ଓଡିଶା ଦ୍ୱାରା ପରିଚାଳିତ +୩ ଦ୍ୱିତୀୟ ଓ ଫାଇନାଲ ପରୀକ୍ଷା ଅନଲାଇନ ରେ କରିବା ପାଇଁ ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟ ରେ ଅଧ୍ଯୟନରତ +୩ କଳା ଓ ବିଜ୍ଞାନର ଛାତ୍ରଛାତ୍ରୀଙ୍କ ତରଫରୁ ଦାବି ହୋଇଛି। ଛାତ୍ରଛାତ୍ରୀ ମାନଙ୍କ ଅଭିଯୋଗ ଯେ, ନୟାଗଡ଼ ଓ ଶରଣକୁଳ କଲେଜରେ ମଧ୍ଯ ଅନଲାଇନ ପରୀକ୍ଷା ପାଇଁ ନିଷ୍ପତ୍ତି ହୋଇଛି। ତେଣୁ ଯଦି ସବୁ କଲେଜରେ ଅନଲାଇନ ପରୀକ୍ଷା ହେଉଛି । ଓଡ଼ଗାଁ କଲେଜ ରେ ମଧ୍ଯ ଅନଲାଇନ ପରୀକ୍ଷା ହେବା ଉଚିତ୍।ଏହି ପରିପ୍ରେକ୍ଷୀରେ କିଛି ଛାତ୍ରଛାତ୍ରୀ ଏକ ଦାବିପତ୍ର ନେଇ ଅଧକ୍ଷ ଙ୍କୁ ଭେଟିବାକୁ ଯାଇଥିଲେ।
                          କିନ୍ତୁ କିଛିଦିନ ତଳେ ଅଧକ୍ଷ ଅଶ୍ୱିନୀ ନାୟକ ବଦଳି ହୋଇଥିବା ବେଳେ ନୂଆ କରି ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟ ରୁ ପ୍ରଧ୍ୟାପକ ମହମ୍ମଦ ଉମ୍ମର ମଲ୍ଲୀକ ଙ୍କ ଓଡ଼ଗାଁ କଲେଜ କୁ ବଦଳି ହୋଇଛି। ତେଣୁ ଓଡ଼ଗାଁ କଲେଜରେ ବର୍ତ୍ତମାନ ପ୍ରଧ୍ୟାପକ ବିଶ୍ୱନାଥ ମହାରଣା ଅଧକ୍ଷ ଚାର୍ଜ ରେ ରହିଛନ୍ତି। କିନ୍ତୁ ଆଜି ଚାର୍ଜ ରେ ଥିବା ଶ୍ରୀ ମହାରଣା ଛୁଟିରେ ଥିବାରୁ ଛାତ୍ରଛାତ୍ରୀ ପ୍ରଧ୍ୟାପକ ମହମ୍ମଦ ଉମ୍ମର ମଲ୍ଲୀକ ଙ୍କୁ ନିଜର ଦାବିପତ୍ର ପ୍ରଦାନ କରିବା ସହ ନିଜର ଅନଲାଇନ ପରୀକ୍ଷା ଦାବି ସମ୍ପର୍କରେ ଜଣାଇଥିଲେ। 
             ଛାତ୍ରଛାତ୍ରୀ ମାନଙ୍କ ଅଭିଯୋଗ ଓ ଦାବିପତ୍ର ପାଇବା ପରେ ପ୍ରଧ୍ୟାପକ ମହମ୍ମଦ ଉମ୍ମର ମଲ୍ଲୀକ ଛାତ୍ରଛାତ୍ରୀ ମାନଙ୍କୁ କହିଥିଲେ ଯେ, ଆସନ୍ତାକାଲି ଏନେଇ ଏକ ବୈଠକ ହେବାପରେ ୟୁନିଭର୍ସିଟି କୁ ଜଣାଯିବ। ପରେ ୟୁନିଭର୍ସିଟି ଯାହା ନିଷ୍ପତ୍ତି ନେବ ତଦନୁଯାୟୀ ପରୀକ୍ଷା ହେବ। ଏଠାରେ ସୂଚନା ଥାଉ କି, ଆସନ୍ତା ୧/୧୧/୨୧ ରୁ +୩ ପରୀକ୍ଷା ହେବ ବୋଲି ନିଷ୍ପତ୍ତି ନିଆଯାଇଛି। 

ରିପୋର୍ଟ:- ଦିଲ୍ଲୀପ୍ କୁମାର ବିଶୋଇ, ଓଡ଼ଗାଁ
-୨୬/୧୦/୨୧ ----୯,୨୦  Sakhigopal News,26/10/2021

Blog Archive

Popular Posts