Breaking News

ସତ୍ୟବାଦୀରେ ଓଭରବ୍ରିଜ ନିର୍ମାଣକୁ ବିରୋଧ; ବ୍ୟବସାୟୀ ସଂଘ ପୁରୀ ଜିଲ୍ଲାପାଳଙ୍କୁ ଦେଲା ଦାବିପତ୍ର

 ସାକ୍ଷୀଗୋପାଳ ----  ସାକ୍ଷୀଗୋପାଳ ବଜାର ମଧ୍ୟରେ ରେଳ ଓଭରବ୍ରିଜ ନିର୍ମାଣ ହେବ ବୋଲି ସ୍ଥିର କରାଯିବା ପରେ=ଏହାକୁ ଘୋର ବିରୋଧ କରିଛି ସାକ୍ଷୀଗୋପାଳ ବ୍ୟବସାୟୀ ସଘଂ । ସଂଘ ପକ୍ଷରୁ କୁହାଯାଇଛିଯେ ବାଇପାସ ରାସ୍ତାରେ ଓଭରବ୍ରିଜ ନିର୍ମାଣ କରାଯାଉ ।  ବଜାର ମଧ୍ୟରେ  ବ୍ରିଜ ନିର୍ମାଣ କରାଗଲେ ଶତାଧିକ ବ୍ୟବସାୟୀ ମାନେ ସେମାନଙ୍କର ଜିବିକା ହରାଇବେ । ମୁଖ୍ୟମନ୍ତ୍ରୀ,  କେନ୍ଦ୍ର ରେଳମନ୍ତ୍ରୀ , ବିଧାୟକ ଓ ପ୍ରଶାସନ ଅଧିକାରୀ ମାନଙ୍କୁ ସଂଘ ପକ୍ଷରୁ ଦାବିପ୍ରତ ଦେଇ ଆସୁଛନ୍ତି । ଏବେ ସତ୍ୟବାଦୀ ତହସିଲଦାରଙ୍କ ପକ୍ଷରୁ ୨୯ ତାରିଖରେ ଓଭରବ୍ରିଜ ନିର୍ମାଣ ପାଇଁ ଜମି ଚିହ୍ନଟ ସହ ମାପଚୁପ କରାଯିବ ବୋଲି ଡେଙ୍ଗୁରା ଦିଆଯାଇଛ । ଯାହାକି ବ୍ୟବସାୟୀ ମାନେ ଏବେ ଅନିଶ୍ଚିତତା ମଧ୍ୟରେ ଗତି କରୁଛନ୍ତି ।  ତୁରନ୍ତ ଜିଲ୍ଲାପାଳ ଏ ଦିଗପ୍ରତି ବିଚାର କରିବା ପାଇଁ ସଂଘର ସଭାପତି ବୀରେନ୍ଦ୍ର ଭୁଷଣ ହୋତା, ଉପସଭାପତି ଶଙ୍କର ପ୍ରଧାନ, ସମ୍ପାଦକ କୃଷ୍ଣଚନ୍ଦ୍ର ସାହୁ ଓ ସହ ସମ୍ପାଦକ ବିଷ୍ଣୁପ୍ରସାଦ ମିଶ୍ର ପ୍ରମୁଖ ଦାବି କରିଛନ୍ତି ।  

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୫/୧୦/୨୦୨୧----୮,୦୦  

 Sakhigopal News , 25/10/2021

Blog Archive

Popular Posts