Breaking News

ବେଆଇନ ନିର୍ମାଣଧୀନ ଘର ଜବରଦଖଲ ଉଚ୍ଚେଦ

 


ଓଡ଼ଗାଁ:- ଓଡ଼ଗାଁ ଏନ୍ଏସି ଅନ୍ତର୍ଗତ ଜାରିଙ୍ଗି ରୁ ଏନ୍ଏସି ଦ୍ୱାରା ୪ ଟି ନିର୍ମାଣଧୀନ ଘର ଜବରଦଖଲ ଉଛେଦ କରାଯାଇଛି ।  ସୂଚନା ଅନୁସାରେ, ଓଡ଼ଗାଁ ଏନ୍ଏସି ଅନ୍ତର୍ଗତ ଜାରିଙ୍ଗି ସ୍କୁଲର ପଛ ପାଖରେ ସରକାରୀ ଯାଗା ଉପରେ ବେଆଇନ ଭାବେ ୪ଟି ଘର କାମ ଚାଲୁଥିଲା। ଏଥିନିମନ୍ତେ ଓଡ଼ଗାଁ ଏନ୍ଏସି ତରଫରୁ ଜବରଦଖଲକାରୀଙ୍କୁ ଘର କାମ ବନ୍ଦ କରିବା ପାଇଁ ନୋଟିସ ହୋଇଥିଲା। କିନ୍ତୁ ଜବରଦଖଲକାରୀ ମାନେ ଏହି ନୋଟିସ କୁ ଖାତିର ନକରି ଘର କାମ ଚାଲୁ ରଖୁଥିଲେ। ଏଥିପାଇଁ ଓଡ଼ଗାଁ ଏନ୍ଏସିଏନ୍ଏସି କର୍ତୁପକ୍ଷ ଜିଲ୍ଲା ପ୍ରଶାସନ କୁ ଜଣାଇଥିଲେ । ଜିଲ୍ଲା ପ୍ରଶାସନ ର ନିର୍ଦ୍ଦେଶ କ୍ରମେ ଆଜି ଜବରଦଖଲ ହୋଇଥିବା ୪ ଟି ନିର୍ମାଣଧୀନ ଘର ଉଛେଦ କରାଯାଇଛି। 
       ଆଜିର ଏ ଜବରଦଖଲ ଉଛେଦ ସମୟରେ ଓଡ଼ଗାଁ ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ୱାତୀ ମିଶ୍ର, ତହସିଲଦାର ବିଜୟିତା ସାମନ୍ତସିଂହାର,ଓଡ଼ଗାଁ ରାଜସ୍ୱ ନିରୀକ୍ଷକ ବଳରାମ ପ୍ରଧାନ, କୋମଣ୍ଡ ରାଜସ୍ବ ନିରୀକ୍ଷକ ସୁଧିର ପରିଡ଼ା ପ୍ରମୁଖ ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହିବା ସହ ଶାନ୍ତିଶୃଙ୍ଖଳା ପାଇଁ ଘଟଣାସ୍ଥଳରେ ଓଡ଼ଗାଁ ପୋଲିସ ମୁତୟନ ଥିଲେ। 

ରିପୋର୍ଟ:- ଦିଲ୍ଲୀପ୍ କୁମାର ବିଶୋଇ, ଓଡ଼ଗାଁ
- ୨୮/୧୦/୨୧ ---୮,୪୫   Sakhigopal News,28/10/2821

Blog Archive

Popular Posts