ଦୁଇ ପରିବାର ମଧ୍ୟରେ ମାରପିଟି ; ୪ ଗିରଫ
ସାକ୍ଷୀଗୋପାଳ----= ସତ୍ୟବାଦୀ ଥାନା ଅନ୍ତର୍ଗତ ବିଶ୍ୱନାଥପୁର ଗାମର ଦୁଇ ପରିବାର ମଧ୍ୟରେ କୌଣସି କାରଣକୁ ନେଇ ପାଟିତୁଣ୍ଡ ପରେ ପରେ ମାରପିଟି ହୋଇଥିଲେ । ଉଭୟ ପକ୍ଷ ସତ୍ୟବାଦୀ ଥାନାରେ ଅଭିଯୋଗ କରିଥିଲେ । ଗଦାଧର ସେଠୀଙ୍କ ଅଭିଯୋଗ କ୍ରମେ ୩୪୩/୨୧ରେ ଏକ କେସରୁଜ କରି ଲିପା ଓରଫ ଶ୍ରୀଧର ମିଶ୍ର ଓ ତାଙ୍କ ବାପା କଳାକାହ୍ନୁ ମିଶ୍ରଙ୍କୁ ସତ୍ୟବାଦୀ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ମାତ୍ର ଲିପାଙ୍କ ନାମରେ ପୁରୀ ଓ ସତ୍ୟବାଦୀ ଥାନାରେ ୪ଟି କେସରେ ରହିଥିବା ସତ+୍ୟବାଦୀ ଥାନା ଆଇଆଇସି ଦେବୀ ପ୍ରସାଦ ପାତ୍ରଙ୍କ ଠାରୁ ସୁଚନା ମିଳିଛି । ସେହିପରି କଳାକାହ୍ନୁ ମିଶ୍ରଙ୍କ ଅଭିଯୋଗ କ୍ରମେ ୩୪୬/୨୧ ଏକ କେସରୁଜ କରି ଗଦାଧର ସେଠୀ ଓ ତାଙ୍କ ପୁଅ ମିଟୁ ସେଠୀଙ୍କୁ ଗିରଫ କରି କୋର୍ଟ ଚାଲାଣ ହୋଇଥିବା ସତ୍ୟବାଦୀ ଥାନା ଆଇଆଇସି ଶ୍ରୀପାତ୍ରଙ୍କ ଠାରୁ ସୁଚନା ମିଳିଛି । ସାକ୍ଷୀଗୋପାଳରୁ ଧରରେନ୍ଦ୍ର ସେନାପତି, ୨୩/୧୦/୨୦୨୧, ୯,୨୦
Sakhigopal News, 23/10/2021