Breaking News

କୁମାରପୁର୍ଣ୍ଣିମାରେ ସାକ୍ଷୀଗୋପିନାଥ ଖେଳିଲେ କଉଡି

 


ସାକ୍ଷୀଗୋପାଳ ----- କୁମାରପୂର୍ଣ୍ଣିମା ପର୍ବ  ପରମ୍ପରା ଅନୁଯାୟୀ  ସାକ୍ଷୀଗୋପିନାଥ ଓ ମା ଶ୍ରୀରାଧା କୁମାରପୂର୍ଣ୍ଣିମା ବେଦୀରେ   କଉଡିଖେଳ ପର୍ବ ଅନୁଷ୍ଠିତ ହୋଇଯାଇଛି ।  ଏହି ପରମ୍ପରା କହିଁ କେଉଁ କାଳରୁ ରହି ଆସିଛି । ପ୍ରାତଃ ୪ଟାରୁ ଦ୍ୱାର ଉନ୍ମୋଚନ, ମଙ୍ଗଳ ଆଳତି, ଦ୍ୱାରପାଳ ପୂଜା, ସୂର୍ଯ୍ୟପୂଜା,  ବଲ୍ଲବ, ସକାଳଧୂପ  ଅନୁଷ୍ଠିତ ହୋଇଥିଲା । ଦୋଳବେଦୀକୁ ମନ୍ଦିର ପୁରୋହିତ  ହୋମ କରି ପ୍ରତିଷ୍ଠା କରିଥିଲେ । ସଂଧ୍ୟାରେ ବିଜେ ପତିମା ମଦନମୋହନ ସୁସଜିତ ବିମାନରେ କୁମାର ପୁର୍ଣ୍ଣିମା ବେଦୀକ୍‌ୁ ବିଜେ କରିଥିଲେ । ସେଠାରେ ପଂକ୍ତି ଭୋଗ ଅନୁଷ୍ଠିତ ହୋଇଥିଲା । ପୂଜାପଣ୍ଡାଙ୍କ ଦ୍ୱାରା ସରପୁଳି, ଡାଲିମ୍ବ, ଗଜା, ଖୁରୁମା, ପଇଡ,  ଖଇକୋରା, ଫଳମୂଳ ଓ ଧୁଆ ମୁଗ, ନଡିଆ ଭୋଗ ସହିତ  ଆଳତି କରାଯାଇଥିଲା । ପରେ ପରେ ଶ୍ରୀକୃଷ୍ଣ ଓ ମା ରାଧାରାଣୀଙ୍କ ମଧ୍ୟରେ ପରମ୍ପରା ଅନୁଯାୟୀ କଉଡି ଖେଳ ନୀତି କରାଯାଇଥିଲା । ଠାକୁରଙ୍କ ତରଫରୁ ପୂଜାପଣ୍ଡା, ପାଳିଆପତ୍ରି ସେବାୟତ ଦୁଇ ଭାଗ ହୋଇ ରୂପା କଉଡିରେ ଖେଳ ଖେଳିଥିଲେ । ଏହି କଉଡି ଖେଳ ନିମନ୍ତେ ଆବଶ୍ୟକୀୟ କଉଡି ଓ ଅନ୍ୟାନ୍ୟା ସାମଗ୍ରୀ ମନ୍ଦିର ସୁପରଭାଇଜରଙ୍କ ଉପସ୍ଥିତିରେ ଭଣ୍ଡାର ମେକାପ  ଯୋଗାଇ ଦେଇଥିଲେ । ଖଉଡି ଖେଳ ପରେ ଠାକୁର ବିମାନରେ ବିଜେ କରି ମନ୍ଦିରକୁ ବିଜେ  କରିଥିଲେ ।  ସାକ୍ଷୀଗୋପାଳରୁ =ଧରରେନ୍ଦ୍ର ସେନାପତି,୨୦/୧୦/୨୦୨୧---୮,୩୦   Sakhigopal News , 20/10/2021  

Blog Archive

Popular Posts