ଖଜୁରୀପଲ୍ଲୀ ଗାଁ ରେ ବୃଦ୍ଧଙ୍କୁ ପିଟି ପିଟି ମାରିଦେଲେ , ଅଭିଯୁକ୍ତ ଫେରାର
The old man was beaten to death in Khajuripalli village, the accused returned
ଭଞ୍ଜନଗର---- ଗତ ୩ ବର୍ଷ ହେଲା ଘରଜମି କୁ କେନ୍ଦ୍ରକରି ଗାଁ ର ଦୁଇ ବ୍ୟକ୍ତି ଙ୍କ ମଧ୍ୟରେ ଶତ୍ରୁତା ଲାଗି ରହିଥିଲା । ସେଥିମଧ୍ୟରୁ ଜଣେ ଯୁବକ , ଗୁରୁବାର ସଂଧ୍ୟାରେ ହଠାତ୍ ଉତ୍ତେଜିତ ହାଇପଡିଥିଲା । ପ୍ରତିପକ୍ଷ ପରିବାର ର ଘରକୁ ଯାଇ ଗାଳି ଗୁଲଜ କରିବା ସହ ବାପା ଓ ପୁଅକୁ ଖୋଜିଥିଲା । ସେମାନଙ୍କୁ ନପାଇ ସଂପୃକ୍ତ ପରିବାର ଲୋକଙ୍କୁ ଧମକ ଦେଲା ବାପା ଓ ପୁଅ କୁ ହତ୍ୟା କରିବ । ଘର ଆଗରୁ ଗୋଟିଏ କାଠ ଫାଳିଆ ନେଇ ଖୋଜିଲା । ଶେଷରେ ଗାଁ ଶେଷ ମୁଣ୍ଡରେ ଗାଈ ଚରାଉଥିବା ସଂପୃକ୍ତ ବୃଦ୍ଧଙ୍କୁ ପାଇ ସେଠାରେ ହିଁ ପିଟି ପିଟି ଅତି ନିର୍ଦୟଭାବେ ହତ୍ୟା କରି ଫେରାର ହୋଇଗଲା ଅଭିଯୁକ୍ତ । ଏ ହେଉଛି ଗଂଜାମ ଜିଲ୍ଲା ତାରାସିଂ ଥାନା ଅନ୍ତର୍ଗତ ଖଜୁରୀପଲ୍ଲୀ ଗାଁ ରେ ଗୁରୁବାର ସଂଧ୍ୟାରେ ଘଟିଥିବା ହତ୍ୟାକାଣ୍ଡ । ହତ୍ୟାକାଣ୍ଡ ର ଶିକାର ହୋଇଛନ୍ତି ସେହି ଗାଁ ର କୃଷ୍ଣ ଖିଲାର (୬୫) । ଶୁକ୍ରବାର ସକାଳେ ତାରାସିଂ ଥାନା ପୋଲିସ , ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ପହଞ୍ଚି ତଦନ୍ତ କରିବା ସହ , ହତ୍ୟା ମାମଲା ରୁଜୁ କରିଛି ପୋଲିସ । ପରିବାର ଲୋକଙ୍କ ଅଭିଯୋଗ ଓ କହିବା ଅନୁସାରେ ଏହି ହତ୍ୟାକାଣ୍ଡ ଘଟାଇଛି ସୁବାସ ବିଷୋୟୀ । ଘରଜମି କୁ କେନ୍ଦ୍ରକରି ଉଭୟ କୃଷ୍ଣ ଖିଲାର ଓ ସୁବାଷ ବିଷୋୟୀ ଙ୍କ ମଧ୍ୟରେ ଗତ ୩ ବର୍ଷ ହେଲା ଶତ୍ରୃତା ଲାଗିରହିଥିଲା । ଏହାପରେ ସୁବାଷ ସେହି ଗାଁ ର ଅନ୍ୟ ଏକ ସାହିରେ ରହୁଥିଲା । ତେବେ ଗୁରୁବାର ସଂଧ୍ୟାରେ ସୁବାଷ ଉତ୍ତେଜିତ ହୋଇ କୃଷ୍ଣ ଙ୍କ ଘରକୁ ଆସିଥିଲା । କୃଷ୍ଣ ଖିଲାର ଓ ତାଙ୍କ ପୁଅ ଭଂଜ ଙ୍କୁ ଖୋଜିବା ସହ ଜୀବନ ରେ ମାରିଦେବାକୁ ଧମକ ଦେଇଥିଲା । ଏହାଶୁଣି ପୁଅ ଭଂଜ ଲୁଚି ଯାଇଥିଲା । ପରେ ଏକ କାଠ ଫାଳିଆ ଧରି କୃଷ୍ଣ ଖିଲାର କୁ ଖୋଜିଥିଲା । ଗାଁ ଶେଷ ମୁଣ୍ଡରେ ଗାଇ ଚରାଉଥିବା ବେଳେ କୃଷ୍ଣ ଖିଲାର କୁ ପାଇ ସୁବାଷ ଧରିଥିବା କାଠ ରେ ପିଟିପିଟି ସେହିଠାରେ ହିଁ ହତ୍ୟା କରିଥିଲା । ଧାନକ୍ଷେତ ରେ ମୃତ ଦେହକୁ ପକାଇ ଫେରାର ହୋଇଯାଇଥିଲା ଅଭିଯୁକ୍ତ । ଘରକୁ ଗାଈଗୋଠ ଫେରି ଆସିଲେ ହେଲେ ବିଳମ୍ବିତ ସମୟ ପର୍ଯ୍ୟନ୍ତ କୃଷ୍ଣ ନଫେରିବାରୁ ତାଙ୍କ ପୁଅ ଭଂଜ ଏବଂ କିଛି ଲୋକ ଖୋଜାଖୋଜି କରିଥିଲେ । ଗାଁ ଶେଷରେ ଥିବା ଏକ ଧାନବିଲ ନିକଟରେ କୃଷ୍ଣ ଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ । ଏନେଇ ପରିବାର ଲୋକେ ତାରାସିଂ ଥାନା ରେ ଜଣାଇ ଥିଲେ । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ କୁ ଖୋଜିଥିଲା । କିନ୍ତୁ ସେତେବେଳକୁ ଅଭିଯୁକ୍ତ ଫେରାର ହୋଇଯାଇଥିଲା । ଶୁକ୍ରବାର ସକାଳୁ ପୁଣି ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ପହଞ୍ଚି ତଦନ୍ତ କରିବା ସହ ମୃତ ଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ମେଡିକାଲ କୁ ପଠାଇଛି ପୋଲିସ ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୯/୧୦/୨୦୨୧----୯,୩୦ Sakhigopal News,29/10/2021