"ଶହୀଦ ଜବାନ " ଜ୍ୟୋତି କୁ ସଲାମ ଜଣାଇଲେ , ଭଂଜନଗର ପୋଲିସ
ଭଞ୍ଜନଗର- ୧୯୭୧ ମସିହାରେ ଭାରତ- ପାକିସ୍ଥାନ ଯୁଦ୍ଧ ରେ ଶହୀଦ୍ ହୋଇଥିବା , ଭାରତୀୟ ଜବାନ ଙ୍କ ସ୍ମୃତି ରେ " ଶହୀଦ୍ ଜ୍ୟୋତି" ପରିକ୍ରମା କରିଥିଲା । ଶହୀଦ ର ୫୦ ବର୍ଷ ପୂର୍ତ୍ତି ଅବସରରେ ଭାରତୀୟ ସେନା ପକ୍ଷରୁ ସମଗ୍ର ଭାରତରେ ଏହି ଜ୍ୟୋତି ପରିକ୍ରମା ଆରମ୍ଭ ହୋଇଛି । ସେହିଭଳି , ରାୟପୁର ସେନାବାହିନୀ ପକ୍ଷରୁ ବୁଧବାର ଅପରାହ୍ନରେ , ଭଂଜନଗର ଠାରେ ପହଞ୍ଚିଥିଲା "ଶହୀଦ ଜ୍ୟୋତି" । ଭଞ୍ଜନଗର ବାଇପାସ୍ ଛକ ନିକଟରେ , ଭଞ୍ଜନଗର ଏସଡିପିଓ - ଶୁଭ୍ରାଂଶୁ ଶେଖର ମିଶ୍ର ଙ୍କ ସମେତ ଥାନାଧିକାରୀ ଓ ପୋଲିସ ଟିମ୍ ଉପସ୍ଥିତ ରହିଥିଲେ । "ଶହୀଦ ଜ୍ୟୋତି" କୁ ରାଷ୍ଟ୍ରୀୟ ସଲାମ ଜଣାଇଥିଲେ ।ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୦/୧୦/୨୦୨୧----୯,୫୦