ଥୁଆପାଲି ଲାୟନ୍ସ କ୍ଲବ ଓ ଲିଓ କ୍ଲବ ପକ୍ଷରୁ ମାଗଣା ଚକ୍ଷୁ ପରୀକ୍ଷା ଶିବିର
ଭେଡେନ - ବରଗଡ ଜିଲ୍ଲା ଭେଡେନ ବ୍ଲକ ସଂକ୍ରିଡା ପଞ୍ଚାୟତ ର ଝରାପାଲି ମାର୍କେଟ ଠାରେ ଝରାପାଲି, ଥୁଆପାଲି ଲାୟନ୍ସ କ୍ଲବ ଓ ଲିଓ କ୍ଲବ ର ସଦସ୍ୟମାନେ ଏକ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ତ୍ରିଲୋଚନ ନେତ୍ରାଳୟ ସମ୍ଭଲପୁର ଓ ବରଗଡ଼ ଜିଲ୍ଲା ରକ୍ତ ଭଣ୍ଡାର ତରଫରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଚକ୍ଷୁ ପରୀକ୍ଷା ଶିବିର ରେ ୧୩୫ ଜଣଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିଲା । ସେଥିମଧ୍ୟରୁ ୨୨ ଜଣଙ୍କୁ ମୋତିଆବିନ୍ଦୁ ଅପରେସନ ପାଇଁ ସମ୍ବଲପୁର ତ୍ରିଲୋଚନ ନେତ୍ରାଲୟକୁ ପଠାଯାଇଛି । ରକ୍ତଦାନ ଶିବିର ରେ ୩୨ ଜଣ ସ୍ୱେଚ୍ଛାକୃତ ରକ୍ତଦାନ କରିଥିଲେ। ଏଥିରେ ଉଭୟ କ୍ଲବ ଉପଦେଷ୍ଟା, ସଭାପତି, ସଂପାଦକ ଓ ସଦସ୍ୟ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ। ଏହିପରି ସାମାଜିକ କାର୍ଯ୍ୟ କରୁଥିବାରୁ ଅଞ୍ଚଳରେ ପ୍ରଶଂସା ଭାଜନ ହୋଇ ପାରିଛି ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୦/୧୦/୨୦୨୧ --୯, ୪୦ Sakhigopal News,20/10/2021